ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରଭାବ କମ ଅନୁଭୂତ ହେଉଥିବା ବେଳେ ଲଘୁଚାପ ମୁଁହାଇଲାଣି ଓଡିଶା ଆଡକୁ | ଡିସେମ୍ବର ମାସର ପ୍ରଥମ ସପ୍ତାହ ଅଧା ହେଲାଣି। ତାପମାତ୍ରା ଖସିବାରେ ନାଁ ଧରୁ ନାହିଁ।ସାରା ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ବଡ଼ ଶୀତ ଅନୁଭୂତ ହୋଇ ନ ଥିବା ବେଳେ କେବେ ଶୀତ ପଡ଼ିବ ତାକୁ ନେଇ ମଧ୍ୟ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି।ସେପଟେ ଆସନ୍ତା ୪ ତାରିଖରେ ଆଣ୍ଡାମାନ ସାଗରରେ ହେବ ଘୂର୍ଣ୍ଣିବଳୟ। ୫ ତାରିଖରେ ଏହା ଲଘୁଚାପର ରୂପ ନେବ। ସ୍କାଏମେଟର ଆକଳନ, ଲୋ ପ୍ରେସର ନେଇପାରେ ଡିପ୍ରେସନର ରୂପ। ତେବେ ସାମୁଦ୍ରିକ ଝଡ଼ ସମ୍ଭାବନା ନଥିବା ସୂଚନା ଦେଇଛନ୍ତି ସ୍କାଏମେଟ୍। ଆଗାମୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ସେପଟେ ପାଣିପାଗ ସଂସ୍ଥା ସ୍କାଏମେଟ ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଭାରତର ପୂର୍ବତଟକୁ ଗତି ନକରି ମିଆଁମାର ଆଡ଼କୁ ମୁହାଁଇବ। ତେବେ ଆଗାମୀ ୫ଦିନ ଯାଏ ରହିବ ଏହାର ପ୍ରଭାବ। ଆଣ୍ଡାମାନ ନିକୋବର ଦ୍ୱୀପରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ସହ କେରଳ, କର୍ଣ୍ଣାଟକ, ତାମିଲନାଡୁ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ବର୍ଷାର ପୂର୍ବାନୁମାନ ହୋଇଛି କିନ୍ତୁ ସପ୍ତାହ ଶେଷ ବେଳକୁ ଏହା ମ୍ୟାମାର, ଥାଇଲାଣ୍ଡ ଆଡକୁ ଗତି କରି ବର୍ଷା କରିବ।ସେପଟେ ଓଡିଶାକୁ ଏହାର ପ୍ରଭାବ କମ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।