କେନ୍ଦ୍ରାପଡ଼ା (ସଞ୍ଜୟ ବାରିକ ଙ୍କ ରିପୋର୍ଟ):ଆଜି ପଟ୍ଟାମୁଣ୍ଡାଇ ପୋଲିସ ପେଟ୍ରୋଲିଙ୍ଗୀ କରୁଥିବା ସମୟରେ ପଟ୍ଟାମୁଣ୍ଡାଇ ଥାନା ଅଧୀନରେ ଥିବା ଗାଙ୍ଗପଡା ଛକରେ ଏକ ପାନ ଦୋକାନରେ ଲୋକମାନଙ୍କ ଭିଡ ହେଉଥିବା ଦେଖି ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ପେଟ୍ରୋଲିଙ୍ଗୀ ଭ୍ୟାନ ସହିତ ପୋଲିସ ସେହି ପାନ ଦୋକାନ ନିକଟରେ ଗାଡି ରଖିଥିଲେ ଦୋକାନରେ ଭିଡ ଥିବା ଗ୍ରାହକମାନେ ପୋଲିସ ମାନଙ୍କୁ ଦେଖି ଦୈାଡି ପଳାଇଥିଲେ।
ପୋଲିସ ଉକ୍ତ ଦୋକାନ ଭିତରୁ ଯାଇ ଖୋଜାଖୋଜି କରିବାପରେ ବହୁତ ବିଦେଶୀ ଓ ଦେଶି ଭରାଥିବା ମଦ ବୋତଲ ଜବତ କରିଥିଲେ। ସମସ୍ତ ମଦକୁ ମିଶାଇ ୫୬ ଲିଟରରୁ ଉର୍ଦ୍ଧ ଆକଳନ କରାଯାଇଛି। ଆଜି ଦିନ ପ୍ରାୟ ୧୨.୩୦ ସମୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଗାଙ୍ଗପଡା ଛକରେ ଥିବା ପାନ ଦୋକାନରେ ବିପୁଳ ପରିମାଣର ଭରାମଦ ବୋତଲ ଜବତ କରିବା ସହିତ ଜଣେ ୬୦ ବର୍ଷିୟ ବୃଦ୍ଧା ମହିଳା ଶ୍ରୀମତୀ ସାହୁଙ୍କୁ ପଟ୍ଟାମୁଣ୍ଡାଇ ପୋଲିସ ଏ ଏସ ଆଇ ଏନ ମହାନ୍ତି, ଆଲୋକ ନାୟକ, ଚନ୍ଦନ ଗିରିଙ୍କ ସହଯୋଗ ରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ଅଣାଯାଇଥିଲା। ପରେ ଅଭିଯୁକ୍ତଙ୍କୁ ମେଡିକାଲ କରାଇ କୋର୍ଟକୁ ପଠାଇ ଦିଆଯାଇଛି।ଏଠି ପ୍ରଶ୍ନ ଉଠୁଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଗାଁ ଗାଁରେ ଚୋରା ମଦର ଆସର ଜମୁଛି।
କାହିଁକି ଅବକାରୀ ବିଭାଗ ଏଥିପ୍ରତି କଡ଼ା କାର୍ୟ୍ୟାନୁଷ୍ଠାନ ନେଉ ନାହାନ୍ତି। ଯାହା ଜଣାପଡ଼ୁଛି ଅବକାରୀ ବିଭାଗ ଓ ସରକାରୀ ସିକୃତି ପ୍ରାପ୍ତ ମଦ ଦୋକାନର ମଧୁଚନ୍ଦ୍ରିକାରେ ଏସବୁ ହେଉନିତ?ଯାହା ଜଣାପଡ଼ୁଛି ଏବେଠାରୁ ସରକାର ମଦ ଓ ମାଦକ ଦ୍ରବ୍ୟ ଉପରେ କଟକଣା ନକରାଇଲେ ଜୁବକ ଓ ଜୁବତୀ ମାନେ କୁପଥ ଗାମି ହେବେ ଓ ଅପରାଧ କରି ଥାନା ମାନଙ୍କରେ ପୁଳାପୁଳା କେସ ହେବ ଆଇନି ପରିସ୍ଥିତି ବିଗିଡିବାର ଅନୁମାନ କରାଯାଉଛି।ଏବେବି ସଭ୍ୟ ସମାଜରେ ମଦ୍ୟପ ମାନଙ୍କ ଉପଦ୍ରବରୁ ଭଦ୍ରଲୋକ ମାନେ ସୁରକ୍ଷିତ ମଣୁ ନାହାନ୍ତି। ଗାଙ୍ଗପଡା ଛକରେ ଯେଉଁ ମଦ ଜବତ କରାଯାଇଛି ପ୍ରକୃତ ଚୋରା ମଦ ବିକ୍ରି କରୁଥିବା ଆସାମିକୁ ଗିରଫ କରିବାପାଇଁ ସାଧାରଣରେ ପ୍ରଶ୍ନ ଯୋର ଧରୁଛି।