ବଲାଙ୍ଗୀର (ଜଗନ୍ନାଥ ଧରୁଆ ):ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଭାଲେ ଗ୍ରାମ ଠାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ମୃତ ବ୍ୟକ୍ତି ଜଣକ ଭାଲେ ଗ୍ରାମର ବେଣୁ ରଣା ହୋଇଥିବା ବେଳେ ଗୁରୁତର ଅନ୍ୟ ୨ ଜଣ ବ୍ୟକ୍ତି ମାନେ ହେଲେ ଧନୁର୍ଯ୍ୟୟ ରଣା ଓ ସୁବାଷ ରଣା ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଗତକାଲି ଭାଲେ ଗ୍ରାମ ଠାରେ ପ୍ରବଣ ବର୍ଷା ହେବା ସହ ବଜ୍ରପାତ ହୋଇଥିବା ବେଳେ ଏଥିରେ ୩ ଜଣ ଗୁରୁତର ଭାବେ ଉଦ୍ଧାର ହୋଇ ପ୍ରଥମେ ଟିଟିଲାଗଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଟିଟିଲାଗଡ ମେଡିକାଲରେ ଡାକ୍ତର ବେଣୁ ରଣାଙ୍କୁ ମୃତ ଘୋଷଣା କରି ଥିବା ବେଳେ ଗୁରୁତର ୨ ଜଣ ଧନୁର୍ଯ୍ୟୟ ଓ ସୁବାଷଙ୍କୁ ଡାକ୍ତର ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରିଥିଲେ । ଏବେ ଧନୁର୍ଯ୍ୟୟ ଓ ସୁବାଷ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ଥିବା ଜଣାପଡିଛି ା