ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

0

ଭୁବନ(କଳ୍ପତରୁ ଜେନା):ଗ୍ରାମ ମଣ୍ଡପରେ ବସିଥିବା ସମୟରେ ହେଲା ବଜ୍ରପାତ ଏହି ବଜ୍ରପାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ପ୍ରଧାନ ସାହିରେ ପ୍ରଧାନ ସାହି ମଣ୍ଡପରେ ଲକ୍ଷ୍ମୀଧର ସାହୁ ( କୋଚା ସାହୁ) ୪୫ ବର୍ଷ ଚିତ୍ରସେନ ସାହୁ ୫୦ ବର୍ଷ ବସିଥିବା ସମୟରେ ବଜ୍ରପାତ ଘଟିଥିଲା ଦୁହେଁ ମଣ୍ଡପରେ ଗଳିପଡିଲେ ପରିବାର ଲୋକେ ଘଟଣାସ୍ଥଳରୁ ଦୁହିଁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ ଡାକ୍ତର ଲକ୍ଷ୍ମୀଧର ସାହୁ ଓରଫ କୋଚାଙ୍କୁ ମୃତ ଘୋଷଣା କରିଥିଲେ   ତେବେ ଚିତ୍ରସେନଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ଲକ୍ଷ୍ମୀଧରଙ୍କ ପରିବାର ଲୋକେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା କରିବା ପରେ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇହ ପଠାଇ ତଦନ୍ତ ଚଳାଇଛି