ଗଞ୍ଜାମ /ରଜନୀକାନ୍ତ ପାତ୍ର : ଟ୍ରକ ଧକାରେ ଚାଲିଗଲା ଜୀବନ । ଗଞ୍ଜାମ ଜିଲ୍ଲା ପୋଲସରା ସହରର ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଗୋଟିଏ ମାଲବାହି କଣ୍ଟେନର ଟ୍ରକ ଧକାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି କ୍ଷ ମୃତକ ହେଲେ ଖଇରଛଟା ଗ୍ରାମର ସତ୍ୟବାଦୀ ଗୌଡ଼ କ୍ଷ ସେ ବ୍ୟାଙ୍କ କାମସାରି ନିଜ ଗ୍ରାମ ଅଭିମୁଖେ ଯିବା ସମୟରେ ବୁଗୁଡ଼ାରୁ ବୁଢ଼ାମ୍ବ ଅଭିମୁଖେ ଯାଉଥିବା ଟ୍ରକ ଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା କ୍ଷ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସତ୍ୟବାଦୀଙ୍କୁ ଚିକିତ୍ସା ନିମନ୍ତେ ପୋଲସରା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ କ୍ଷ ଖବର ପାଇ ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଚାଳକ କୁ ଅଟକ ରଖି ତଦନ୍ତ ଚଳାଇଛି କ୍ଷ