କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ

ଅନ୍ୟପକ୍ଷେ, ଘଟଣାକୁ ନେଇ ସଦର ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି।

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ । କଟକ ଏସ୍‌ସିବିରେ ଚିକିତ୍ସାଧୀନ ବାଣୁଆ ଉଦୟ ଭୋଇଙ୍କ ମୃତ୍ୟୁ ହୋଇଛି । ଉଦୟଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବୁହାଳ ଗାଁର । ବାଣ ବିସ୍ଫୋରଣରେ ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା । ବାଣ ବିସ୍ଫୋରଣରେ ଉଦୟଙ୍କ ସମେତ ୨ ଜଣ ବାଣୁଆ ଗୁରୁତର ଆହତ ହୋଇଥିଲେ। ଏହାପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଥାଉ କି, ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିଲା। ଡିଜେର ତାଳେ ତାଳେ ଲୋକେ ନାଚୁଥିଲେ। ବାଣ ବି ଫୁଟୁଥିଲା। ଶତାଧିକ ଲୋକ ଭସାଣି ଦେଖୁଥିଲେ। ଠିକ୍‌ ଏହି ସମୟରେ ଗୋଟିଏ ବାଣ ‌ଆକାଶକୁ ଯାଇ ଫୁଟିବା ବଦଳରେ ବାଣୁଆ ରଖିଥିବା ବାଣ ବସ୍ତା ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଭୟଙ୍କର ବିସ୍ପୋରଣ ହୋଇଥିଲା।  ଏଥିରେ ୪୦ ଜଣ ଆହତ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ICUରେ ଅଛନ୍ତି।

SCBର ବର୍ଣ୍ଣ ଆଇସିୟୁରେ ୫ ଜଣ, ସେଣ୍ଟ୍ରାଲ ଆଇସିୟୁରେ ୨ ଜଣ ଏବଂ ଆଇସିୟୁରେ ୩ ଜଣଙ୍କ ଚିକିତ୍ସାଧୀନ ଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୱାର୍ଡରେ ମଧ୍ୟ ୨୩ ଜଣ ଚିକିତ୍ସିତ ହେଉଥିଲେ। ଅନ୍ୟପକ୍ଷେ, ଘଟଣାକୁ ନେଇ ସଦର ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତ ହେଲେ  ସ୍ଥାନୀୟ ବାଲିଆ ଅଞ୍ଚଳର ବୁଲୁ ମଲିକ୍, ଅରକ୍ଷୀତ ମଲିକ ଓ ଚିଲୁ ଦାସ l