Reporters Today
  • Home
  • ଓଡିଶା
  • ଅନ ଲାଇନ ପଡ଼ିଛୁ , ଅନ ଲାଇନ ପରୀକ୍ଷା ଦବୁ
ଓଡିଶା

ଅନ ଲାଇନ ପଡ଼ିଛୁ , ଅନ ଲାଇନ ପରୀକ୍ଷା ଦବୁ

(ବଲାଙ୍ଗୀରି ) : କରୋନା ମହାମାରୀ ପୁରା ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଛି । ତେବେ ଏହି ପରିପେକ୍ଷୀରେ ରାଜ୍ୟର ଶିକ୍ଷାନୀତି ଉପରେ ମଧ୍ୟ ବେଶ ପ୍ରଭାବ ପଡିଛି । ତେବେ ଅନଲାଇନରେ ପାଠ ପଢି, ଅନଲାଇନରେ ପରୀକ୍ଷା ଦେବୁ ବୋଲି ଅଧିକାଂଶ ଛାତ୍ରଛାତ୍ରୀ ଦାବି କରୁଥିବା ଦେଖିବାକୁ ମିଳିଛି । ଏହିପରି ଦାବି କରି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଛାତ୍ରମାନେ ଆଜି ବିକ୍ଷୋଭ କରିଛନ୍ତି। କୌଣସି ବୈଷୟିକ ତ୍ରୁଟି ପାଇଁ ୨ୟ ସେମିଷ୍ଟାରର ଛାତ୍ରଙ୍କ ବ୍ୟାକ ଲାଗିଥିବା ସେମାନେ ଅଭିଯୋଗ କରିଛନ୍ତି । ଗୋଟିଏ ସେମିଷ୍ଟାରର ପ୍ରାୟ ୧୫୦ ଛାତ୍ରଛାତ୍ରୀଙ୍କ ବ୍ୟାକ ଲାଗିଥିବା ସେମାନେ ଅଭିଯୋଗ କରିଛନ୍ତି । ଏହିପରି ବିଭିନ୍ନ ଦାବି ନେଇ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏସମ୍ପର୍କରେ ରେଜିଷ୍ଟ୍ରାର ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ପଚାରିବାରୁ ଆନ୍ଦୋଳନକୁ ସ୍ବୀକାର କରିଥିଲେ । ଏନେଇ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି କହିଥିଲେ ।

Related posts

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

Report

ଗଛରେ ଧକ୍କା ହୋଇ ଓଲଟିଲା ବସ

Report

ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ କାଟ ଆରମ୍ଭ କଲା ୱେସ୍କୋ

Report

Leave a Comment