କଟକ: କଟକରେ ବାଣ ଫୁଟାଇବା ପାଇଁ ୮ରୁ ୧୦ଟା ପର୍ଯ୍ୟନ୍ତ ସମୟ ରହିଛି। ଦୀପାବଳିରେ କୌଣସି ପ୍ରକାର ବିସ୍ପୋରକ କିମ୍ବା ରାସାୟନିକ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକ ଡିସିପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନରେ ଏହା କହିଛ୍ତି। ସେ କହିଛନ୍ତି ଯେ, ଜନଗହଳିପୂର୍ଣ ଅଞ୍ଚଳରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇ ପାରିବେ ନାହିଁ। ପୁଲିସ ପକ୍ଷରୁ ପେଟ୍ରୋଲିଂ କଡାକଡାକଡ଼ି କରାଯିବା ନେଇ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ତେବେ ଆସନ୍ତାକାଲି ମା’ଙ୍କ ପୂଜା ଆରମ୍ଭ ହୋଇ ଆସନ୍ତା ୨୮ରେ ବିସର୍ଜନ ହେବ ।
କାଳୀପୂଜା ପାଇଁ କଟକ କମିସନରେଟ ପୁଲିସ ପ୍ରସ୍ତୁତି ବୈଠକ। କାଳୀପୂଜା ପାଇଁ ସହରରେ ୫୦ ପ୍ଲାଟୁନ ପୁଲିସ ଫଫୋର୍ସ ସହ ୬ ଜଣ ଅତିରିକ୍ତ ଡିସିପି ୩୦୦ ପୁଲିସ ଅଫିସର ମୁତୟନ ରହିବେ । ମୋଟ ୯୦ଟି ମଣ୍ଡପରେ ପୂଜା ପାଇବେ ମା’ କାଳୀ। ପୂଜାଠୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ ପୁଲିସ ନଜରରେ ରହିବ ପୂଜା। କେଉଁଟି ବି ବିଶୃଙ୍ଖଳାକୁ ଦିଆଜିବନି ସ୍ଥାନ। ସବୁ ମଣ୍ଡପ ନିକଟରେ ମୁତୟନ ରହିବେ ପୁଲିସ ଅଧିକାରୀ। ସେଥିପାଇଁ ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ସମସ୍ତ ପୁଲିସ ଅଧିକାରୀଙ୍କୁ ବସିଥିଲା ପ୍ରସ୍ତୁତି ବୈଠକ।