ଅପରେସନ୍‌ ଗଙ୍ଗାରେ ସି-୧୭ ବିମାନ ମୁତୟନ

ୟୁକ୍ରେନ୍‌ରେ ଯୁଦ୍ଧ ସ୍ଥିତିରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ବାୟୁସେନାର ପରିବହନ ବିମାନକୁ ଏବେ ଅପରେସନ ଗଙ୍ଗାରେ ସାମିଲ କରାଯାଇଛି ।

0

(ଦିଲ୍ଲୀ) : ୟୁକ୍ରେନ୍‌ରେ ଯୁଦ୍ଧ ସ୍ଥିତିରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ବାୟୁସେନାର ପରିବହନ ବିମାନକୁ ଏବେ ଅପରେସନ ଗଙ୍ଗାରେ ସାମିଲ କରାଯାଇଛି । ମୋଦିଙ୍କ ନିର୍ଦ୍ଦେଶ ଅନୁସାରେ ଭାରତୀୟ ବାୟୁସେନା ଅପରେସନ୍‌ ଗଙ୍ଗାରେ କିଛି ସି-୧୭ ବିମାନ ମୁତୟନ କରୁଛି । ହିଣ୍ଡେନ୍‌ ଏୟାରବେସ୍‌ରେ ସି-୧୭ ଗ୍ଲୋବମାଷ୍ଟର ଓ ଆଇଏଲ୍‌-୭୬ ଉଡ଼ାଣ ପାଇଁ ପ୍ରସ୍ତୁତ ରହିଛନ୍ତି ।

ସୂଚନାନୁଯାୟୀ , ବୁଧବାର ଭୋର ୪ଟାରେ ସି-୧୭ ଗ୍ଲୋବମାଷ୍ଟର ରୋମାନିଆର ରାଜଧାନୀ ବୁକାରେଷ୍ଟ ଯାଇଛି । ଏହି ପରିବହନ ବିମାନ ସହାୟତାରେ ଭାରତୀୟଙ୍କୁ ଏୟାରଲିଫ୍ଟ କରି ସ୍ୱଦେଶ ଅଣାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି । କମ୍‌ ସମୟରେ ଯେଭଳି ଅଧିକ ଲୋକଙ୍କୁ ସଙ୍କଟଗ୍ରସ୍ତ ଦେଶରୁ ଉଦ୍ଧାର କରାଯାଇପାରିବ ସେଥିଲାଗି ସହାୟତା କରିବାକୁ କହିଛନ୍ତି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ତାଙ୍କୁ ୟୁକ୍ରେନ୍‌ ସମେତ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ।