ସାଧାରଣ ପ୍ରସବ ଅପେକ୍ଷା ସିଜରିଆନ୍ ପ୍ରସବର ମାତ୍ର ବଢୁଛି

0

(ରିିପୋର୍ଟସ ଟୁଡ଼େ): ଦିନକୁ ଦିନ ସିଜରିଆନ୍ ପ୍ରସବର ମାତ୍ରା ବଢିବାରେ ଲାଗିଛି । ରାଜ୍ୟରେ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୪୫ପ୍ରତିଶତରୁ ଅଧିକ ପ୍ରସବ ଅସ୍ତ୍ରୋପଚାର କରାଯାଉଛି। ସରକାରୀ ଡାକ୍ତରଖାନାରେ ଯେତିକି ସିଜରିଆନ୍ ପ୍ରସବ ହେଉଛି ତାହା ତୁଳନାରେ ଏହାର ମାତ୍ରା ୩ ଗୁଣରୁ ଅଧିକ। ସିଜରିଆନ୍ ପ୍ରସବ ପଛରେ ପ୍ରଚୁର ଟଙ୍କା ଲୋଭ ହିଁ ଏହାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ଅପରପକ୍ଷରେ ‌କେତେକାଂଶରେ ଗର୍ଭବତୀଙ୍କ ପରିବାର ଲୋକ ମଧ୍ୟ ମା’ ଓ ନବଜାତ ଶିଶୁକୁ ସୁରକ୍ଷିତ ରଖିବା ପାଇଁ ସିଜରିଆନ୍ ପ୍ରସବ ପାଇଁ ଇଚ୍ଛୁକ ହେଉଛନ୍ତି।

ନିକଟରେ ଆଇଏମ୍‌ଏମ୍‌ ଅହମ୍ମଦାବାଦର ଗବେଷକଙ୍କ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଦେଶବ୍ୟାପୀ ବେସରକାରୀ ଡାକ୍ତରଖାନାରେ ୪୦ପ୍ରତିଶତ ପ୍ରସବ ସିଜରିଆନ୍ ଥିବା ଜଣାପଡ଼ିଥିଲା। ବର୍ଷକ ମଧ୍ୟରେ ଦେଶରେ ହୋଇଥିବା ୭୦ଲକ୍ଷ ପ୍ରସବ ମଧ୍ୟରୁ ୯ଲକ୍ଷ ପ୍ରସବ ପୂର୍ବ ଯୋଜନା ତଥା ସୂଚନା ଦିଆ ନଯାଇ ସିଜରିଆନ୍ ପ୍ରସବ କରାଯାଇଛି। ଯାହାକି ସଂପୂର୍ଣ୍ଣ ପ୍ରସବର ୪୦ ପ୍ରତିଶତରୁ ଅଧିକ। ଅଧିକ ଟଙ୍କା ଲୋଭର ବେସରକାରୀ ଡାକ୍ତରଖାନାରେ ଡାକ୍ତର ସାଧାରଣ ପ୍ରସବ ବା ନର୍ମାଲ ପ୍ରସବ ଅପେକ୍ଷା ସିଜରିଆନ୍ ପ୍ରସବ କରୁଥିବା ନଜରକୁ ଆସିଥିଲା।
କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତିରୋଗ ବିଶେଷଜ୍ଞ ଡା. ଶ୍ବେତା ପାଣିଗ୍ରାହୀଙ୍କ କହିବାନୁଯାୟୀ, ଆଜିର ସମୟରେ ମା’ ଓ ଶିଶୁଙ୍କ ଉପରେ କୌଣସି କ୍ଷତି ହେବାକୁ ଚାହୁଁ ନାହାନ୍ତି। ସର୍ଜନ୍ ମଧ୍ୟ ସାଧରଣ ପ୍ରସବ ପାଇଁ ଡରୁଛନ୍ତି। ସରକାରୀ ଡାକ୍ତରଖାନାରେ ୨୪ଘଣ୍ଟିଆ ସୁବିଧା ମିଳୁଛି। ରାତି ଅଧରେ କୌଣସି ପ୍ରକାର ସମସ୍ୟା ହେଲେ ସେବା ମିଳିପାରୁଛି। ସିଜରିଆନ୍‌ରେ କୌଣସି ରିସ୍କ ନାହିଁ। ଆଜକାଲି ଅଧିକାଂଶ ଦମ୍ପତି ଚାକିରି କରୁଛନ୍ତି, ତେଣୁ ଗୋଟିଏ ସନ୍ତାନ ଉପରେ ସେମାନେ ଜୋର ଦେଉଛନ୍ତି। ଏଥିପାଇଁ ସାଧାରଣ ପ୍ରସବ ଅପେକ୍ଷା ସିଜରିଆନ୍ କରିବାକୁ ଚାହୁଁଛନ୍ତି ବୋଲି ଡା.ପାଣିଗ୍ରାହୀ କହିଛନ୍ତି।
.