ରାଜନୀତି

ସୁନା ଚୋରା ଚାଲାଣ ପ୍ରସଙ୍ଗରେ ବିଜୟାନଙ୍କୁ ଘେରିଲେ ବିରୋଧୀ

ତିରୁବନନ୍ତପୁରମ: କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ବିରୋଧୀ ବୁଧବାର ଦିନ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟାନଙ୍କୁ ସୁନା ଚୋରା ଚାଲାଣକୁ ନେଇ ଆକ୍ରମଣ କରିବା ସହ ଏହି ପ୍ରସଙ୍ଗରେ ବିରୋଧୀଙ୍କ ଆଲୋଚନା ଦାବିକୁ ବାଚସ୍ପତି ଖାରଜ କରିବା ପରେ ବିରୋଧୀ ବିଧାନସଭାରୁ ବାହାରି ଯାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଶୂନ୍ୟ କାଳରେ ବିରୋଧୀଙ୍କ ଅଭିଯୋଗକୁ ନେଇ ତାଙ୍କ ହାତ ସ୍ୱଚ୍ଛ ଥିବା କହିଛନ୍ତି ।
ବିଧାନସଭାର ପ୍ରଶ୍ନକାଳ ପରେ ୟୁଡିଏଫ ବାଚସ୍ପତି ପି ଶ୍ରୀରାମ କୃଷ୍ଣନଙ୍କୁ ଗୃହ କାର୍ଯ୍ୟ ବନ୍ଦ କରି ସୁନା ଚୋରା ଚାଲାଣ ବିଷୟରେ ଆଲୋଚନା କରିବାକୁ ଦାବି କରିଥିଲେ । ବିଜୟନଙ୍କ ପ୍ରମୁଖ ସଚିବ ଏମ ଶିବଶଙ୍କର ଏହି ଘଟଣାରେ ଗିରଫଦାରି ପରେ ଏହା ଏକ ସଂଗୀନ ପରିସ୍ଥିତି ସୃଷ୍ଟି କରିଛି ଓ ତାଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ସି ଏମ ରବୀନ୍ଦ୍ରନ ସନ୍ଦେହ ଘେରକୁ ଆସିଛନ୍ତି ବୋଲି ବିରୋଧୀ କହିଥିଲେ । ବିଜୟାନଙ୍କୁ ଆକ୍ରମଣ କରି ବିରୋଧୀ କହିଥିଲେ, ରାଜ୍ୟ ଇତିହାସରେ ଏହା ପ୍ରଥମ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀ ସୁନା ଚାଲାଣ ପରି ଏକ ଅପରାଧରେ ସନ୍ଦେହ ଘେରକୁ ଆସିଛନ୍ତି ଓ ଏହି ଘଟଣାରେ ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଉଛନ୍ତି ।
ବିରୋଧୀ ଆହୁରି ମଧ୍ୟ ଅଭିଯୋଗ କରିଥିଲେ, ସୁନା ଚୋରା ଚାଲାଣ ମାମଲାରେ ଅଭିଯୁକ୍ତ ଠକେଇ ପାଇଁ ସିଏମଓର ଅପବ୍ୟବହାର କରିଛନ୍ତି, ତେଣୁ ମୁଖ୍ୟ ମନ୍ତ୍ରୀ ଏହି ଘଟଣାରେ ନିଜ ଦାୟିତ୍ୱବୋଧରୁ ଖସି ଯାଇ ପାରିବେ ନାହିଁ । ଏହା ଉପରେ ବିଜୟାନ କହିଛନ୍ତି, କେନ୍ଦ୍ରୀୟ ସଂସ୍ଥା ସୁନା ଚୋରା ଚାଲାଣକୁ ରାଜନୀତିକରଣ କରୁଛନ୍ତି । ତେଣୁ ଏନେଇ କେନ୍ଦ୍ରକୁ ଅବଗତ କରିବା ରାଜ୍ୟ ସରକାରର କାମ । ଏହା ସ୍ପଷ୍ଟ କରିଛି, ନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ ମାମଲା ହୋଇଛି । ଏଥିସହ ତାଙ୍କ କିଛି ସମ୍ପର୍କୀୟ ତଦନ୍ତ ପରିସରଭୁକ୍ତ ହେବାକୁ ବିଜୟାନ ଖାରଜ କରିଦେଇଛନ୍ତି ।

Related posts

ପାଟକୁରାରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ସାବିତ୍ରୀ

Report

ଓମାର, ମୁଫ୍ତିଙ୍କୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ନାଜିର ଅହମଦ

Report

ଗାନ୍ଧୀ ପରିବାରର ୩ ଟ୍ରଷ୍ଟ ଉପରେ ତଦନ୍ତ ହେବ

Report

Leave a Comment