ଭୁବନେଶ୍ୱର : ସମାନ କାମକୁ ସମାନ ଦରମାକୁ ନେଇ ମୁଲତବୀ ପ୍ରସ୍ତାବ ଉପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତରକୁ ନେଇ ବର୍ଷିଲା ବିରୋଧୀ ବିଜେପି। ରାଜ୍ୟ ସରକାର କହୁଛନ୍ତି ଆମେ ଚୁକ୍ତି ଭିତ୍ତିକ ପ୍ରଥା ଉଠାଇ ଦେଇଛୁ , ତେବେ ଆଉଟ୍ ସୋର୍ଶୀଙ୍ଗୀ ଓ ପ୍ରୋଇଭେଟ ମାଧ୍ୟମରେ ଚାକିରି କରିଥିବା ଯୁବ ପୀଢ଼ି କୁଆଡେ ଗଲେ। ଓଡ଼ିଶା ସରକାରଙ୍କ ଗେଜେଟ ନୋଟିଫିକେଶନ କୁଆଡେ ଗଲା ଏମାନଙ୍କ କ୍ଷେତ୍ରରେ, ୧୮ଲକ୍ଷ ଯୁବ ପୀଢ଼ି ଏବେବି ବେକାରୀ ଅଛନ୍ତି। ୧୫,୧୦,୨୨ରେ ୫୭ହଜାର ଚୁକ୍ତି ଭିତ୍ତିକଙ୍କୁ ଉଚ୍ଛେଦ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସରକାର ଠିକା ନିଯୁକ୍ତି ଉଚ୍ଛେଦ କଥା କହିଲେ ତେବେ ଏମାନେ ତାହାଲେ କିଏ ?
ସୁପ୍ରିମକୋର୍ଟ ଏକ ପଞ୍ଜାବ ରାଜ୍ୟର ନିଯୁକ୍ତିକୁ ନେଇ ଶୁଣାଣି କରି ଠିକ୍ ପ୍ରଥା ଭଳି ଅନେକ ପ୍ରଥାକୁ ଉଚ୍ଛେଦ ପାଇଁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିବା ବେଳେ ସରକାର ଭୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଲୋକ ଦେଖାଣିଆ ଉଚ୍ଛେଦ କରିଦେଇ କହିଲେ ରାଜ୍ୟରୁ ଠିକା ନିଯୁକ୍ତି ମୁକ୍ତ। କିନ୍ତୁ ଏବେବି ଆଉଟ୍ ସୋର୍ଶୀଙ୍ଗୀ ଓ ସର୍ଭିସ୍ ପ୍ରୋଭାଇଡରେ କାର୍ଯ୍ୟ କରୁଥିବା ଯୁବ ପିଢ଼ିଙ୍କ ଠାରୁ ଠିକ ପ୍ରଥା କେବେ ଉଚ୍ଛେଦ କରିବେ ସରକାର ।
ରାଜ୍ୟର ବଜେଟ ୨ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ଏମାନଙ୍କ ପାଇଁ ଆଉ କଣ ପାଇଁ ୪୦୦କୋଟି ବ୍ୟୟ ବରାଦ କରୁନାହାନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। ରାଜ୍ୟର ଅର୍ଥନିତିକ ସ୍ଥିତି ବି ସୁଦୃଢ଼ ଥିବା ସରକାର ହିଁ କହୁଛନ୍ତି, ତେବେ ବଜେଟର ପରିମାଣ ବୃଦ୍ଧି କରି ସେମାନଙ୍କୁ ବି ରେଗୁଲାର କରାଯାଉ ବୋଲି ବିଜେପି ଦାବି କରିଛି।