ଭୁବନେଶ୍ୱର:ବିଧାନସଭାରେ ପୁଣି ଉଠିଲା ନବ ଦାସ ହତ୍ୟାକାଣ୍ଡ ଘଟଣା । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡ କୁ 50 ଦିନ ପୁରିଗଲାଣି । ହତ୍ୟାକାଣ୍ଡର ଉଦ୍ଧେଶ୍ୟ କଣ ଓ ଘଟଣା ପଛରେ କିଏ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିଲାଣି । ଏସସିବି ମେଡ଼ିକାଲ ବୋର୍ଡ ଗୋପାଳ ପାଗଳ ନୁହେଁ ବୋଲି କହିବା ପରେ ବି କାହିଁକି ତାକୁ ନିମାଂସ ନେବାକୁ ଚାହୁଁଛନ୍ତି । ଗୋପାଳ କୁ ପାଗଳ ସାବ୍ୟସ୍ତ କରିବା ପାଇଁ କାହିଁକି ଚାହୁଁଛନ୍ତି । ଏସସିବି ମେଡ଼ିକାଲ କୁ ବିଶ୍ୱ ସ୍ତରୀୟ କହୁଥିବା ବେଳେ କାହିଁକି ତାକୁ ହିଁ ବିଶ୍ଵାସ କରୁ ନାହାନ୍ତି । ଓଡ଼ିଶା ସରକାର କେନ୍ଦ୍ର ସରକାର କୁ ଯେଉଁ ଚିଠି ଲେଖିଛନ୍ତି fbi ର ସାହାଯ୍ୟ ନେବାକୁ ସେ ଚିଠି କୁ ଗୃହରେ ଉପସ୍ଥାପିତ କରିବେ କି । ହାଇକୋର୍ଟର ମନିଟରିଂ କରିବା ପାଇଁ ଯେଉଁ ଚିଠି ଲେଖା ଯାଇଛି ତାହା ଉପସ୍ଥାପିତ କରିବେ କି ସରକାର ।
ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ
ମେଟ୍ରିକ ପରୀକ୍ଷା ର ପ୍ରଶ୍ନପତ୍ର ବାହାରେ ଘୁରି ବୁଲୁଛି । ଗୋଟିଏ ଅଡିଓ ବୁଲୁଚି ଯେଉଁଥିରେ ପିଲାଙ୍କୁ କୁହାଯାଉଛି 10 ହଜାର ଟଙ୍କା ଦେଲେ ଗୋଟିଏ ପ୍ରଶ୍ନ ପତ୍ର ମିଳିବ । ଆଉ 4 ଟା ଦରକାର ଥିଲେ 40 ହଜାର ଦେବାକୁ ପଡିବ । ବଲାଙ୍ଗୀର ରେ ବି ଦୁଇଟି ବିଷୟର ପ୍ରଶ୍ନ ପତ୍ର ଲିକ ହୋଇଥିବା ଟିଭି ରେ ଆସୁଛି । ଏଇଟା କଣ 5-T ହୋମଗାର୍ଡ ମାନଙ୍କର ଦରମା 533 ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ତାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । କାଲି ସୁପ୍ରିମକୋର୍ଟ ହାଇକୋର୍ଟର ରାୟ କୁ କାଏମ ରଖିଛନ୍ତି । ସରକାର ଏମିତି ନିଷ୍ପତ୍ତି କେମିତି ନେଉଛନ୍ତି । କିଏ ଏ ସରକାର ଚଳାଉଛି କିଏ ଏ ସରକାର କୁ ବୁଦ୍ଧି ଦେଉଛି କିଏ । କୋଇଡା ବିଡ଼ିଓ କଥା ବି ଉଠାଇଲେ ଜୟ ନାରାୟଣ । କହିଛନ୍ତି ସରକାରୀ ଅଫସିର କାହାକୁ ମାନୁ ନାହାନ୍ତି । ବିଡ଼ିଓ କହୁଛନ୍ତି ମୋର କିଏ କଣ କରିବ । ଏହା ଠୁ ବଡ଼ ବିଚିତ୍ର କଥା କିଛି ନାହିଁ । ଯଦି ବିଧାୟକ ମାନେ ଏମିତି ସରକାରୀ ଅଫସିର ମାନଙ୍କ ଦ୍ୱାରା ଅପମାନିତ ହେବେ ତାହାଲେ ସ୍ଥିତି କଣ ହୋଇଛି ।