ଅର୍ଚ୍ଚନା ନାଗ ପ୍ରସଙ୍ଗ ରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ମନ୍ତବ୍ୟ

0

ଭୁବନେଶ୍ୱର : ଅର୍ଚ୍ଚନା ନାଗ ପ୍ରସଙ୍ଗ ଏକ ବଡ଼ ସେକ୍ସ ସ୍କାଣ୍ଡଲ । ଏଥିରେ ଆର୍ଥିକ ଅପରାଧ କାରବାର ହୋଇଛି । ଶାସକ ଦଳର ଅନେକ ନେତା ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀ ଙ୍କ ଏଥିରେ ସମ୍ପୃକ୍ତି ରହିଛି । ତା ମେଲ ଆଇଡିରୁ ୬୪ ଜଣ ଙ୍କ ଫଟୋ ମିଳିଛି । ୫ଟି ଡ଼ାଏରି, ୪ ଟି ଲାପଟପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। କିନ୍ତୁ ଅପରାଧୀ କୁ ଖସେଇ ଦେବାକୁ ଉଦ୍ୟମ ହେଉଛି । ଏହି ଘଟଣା ମୁଖ୍ୟମନ୍ତ୍ରୀ ଚୁପ ରହିବା କେତେ ଦୂର ଉଚିତ । ଇଡ଼ିକୁ ରାଜ୍ୟ ପୋଲିସ ସହଯୋଗ କରୁଛି ତ । ପୋଲିସ ଓ ଗୁଇନ୍ଦା ବିଭାଗ ମଉନବ୍ରତ ରେ ଶୋଇଥିଲା କି ? ଏହି ଘଟଣାରେ ଆରମ୍ଭ ରୁ ନିଜ ଅଧିକାରୀ ଓ ନେତା କୁ ସରକାର ଲୁଚେଇ ରଖିଲେ । ନାଗ ଦମ୍ପତି ଙ୍କର ଟେଣ୍ଡର ଫିକ୍ସିଂ, ଠିକାଦାରୀ, ଭଳି କାମରେ ମଧ୍ୟ ତାଙ୍କର ହାତ ରଖିଥିଲା । ସରକାରୀ କଳରେ ତାଙ୍କର ଲମ୍ବା ହାତ ରହିଥିଲା । ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳି ଏତଲା ରେ ସମସ୍ତ ନାଁ ଉଲେଖ କରିଥିଲେ ବି କାହିଁକି ଜଗବନ୍ଧୁ ଖାଲି ପଚାରି କି ଛାଡିଦିଆଗଲା । ପ୍ରମାଣ ନଷ୍ଟ ପାଇଁ ଜଗବନ୍ଧୁକୁ ଛାଡି ଦିଆ ଯାଇନଥିଲା ତ । ସରକାରୀ ଦଳର ବିଧାୟକଙ୍କ ଭାଇଙ୍କୁ ବି ଇଡ଼ି ଡାକିଛି । କିନ୍ତୁ ତାଙ୍କୁ ଘଣ୍ଟ ଘୋଡାଇ ବାକୁ ବି ଚାହୁଁଥିଲେ ରାଜ୍ୟ ସରକାର ।