ମୁମ୍ବାଇ : ୨୦୦ କୋଟି ମନି ଲଣ୍ଡ୍ରିଙ୍ଗ ମାମଲାରେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହୋଇଛନ୍ତି ଅଭିନେତ୍ରୀ ନୋରା ଫତେଇ । ଠକ ଶୁକେଶଚନ୍ଦ୍ରର ୨୦୦ କୋଟି ଠକେଇ ମାମଲାରେ ପଚରାଉଚରା କରିଛି ଇଓଡବ୍ଲୁ । ତେବେ ସେପ୍ଟେମ୍ବର 2 ତାରିଖରେ ମଧ୍ୟ ଦୀର୍ଘ ଆଠ ଘଣ୍ଟା ଜେରା କରାଯାଇଥିଲା ଅଭିନେତ୍ରୀ ନୋରାଙ୍କୁ । ଗତ କଲି ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜେରା କରିଥିଲା ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା। ଆଉ ଆଜି ନୋରା ଫତେହୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା ଇଓଡବ୍ଲୁ। ଏନେଇ ଇଓଡବ୍ଲୁର ଏସ୍ପିଏଲ୍ କ୍ରାଇମ୍ର ରବୀନ୍ଦ୍ରର ଯାଦବ ସୂଚନା ଦେଇଥିଲେ ।
ତେବେ ନୋରା ଫତେହୀ ଏବଂ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜଙ୍କୁ ପରିଚୟ କରାଇଥିବା ପିଙ୍କି ଇରାନୀଙ୍କୁ ମଧ୍ୟ ପଚାରା ଉଚରା କରିଛି ଇଓଡବ୍ଲୁ । ସେପଟେ ଦିଲ୍ଲୀ ତିହାର ଜେଲ୍ରେ ଥିବା ସୁକେଶଙ୍କୁ କିଛି ଅଭିନେତ୍ରୀ ଭେଟିଥିବା ଜଣାପଡିଛି । ସବୁ ଅଭିନେତ୍ରୀଙ୍କୁ ସୁକେଶ ସହ ପିଙ୍କି ଇରାନୀ ପରିଚିତ କରାଇଥିବା ଜଣ ପଡିଛି । କେବଳ ଜ୍ୟାକଲିନ ନୋରା ନୁହନ୍ତି ଅନ୍ୟ କିଛି ଅଭିନେତ୍ରୀଙ୍କୁ ମଧ୍ୟ ଦାମୀ ଉପହାର ଦେଉଥିଲେ ସୁକେଶ । ଏଭଳି ଖବର ପରେ ଇଓଡବ୍ଲୁ ପକ୍ଷରୁ ଜାରି ରହିଛି ଘନ ଘନ ଜେରା । ତେବେ ଅଭିନେତ୍ରୀ ନୋରାଙ୍କୁ ଜେରା ପରେ ତାଙ୍କ ଉପରେ ହୁଏତ କିଛି କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଲଗାତାର ଏହି ମାମଲାରେ ଜ୍ୟାକ୍ଲିନ ଓ ନୋରାଙ୍କ ଉପରେ ହେଉଥିବା ଜେରା ପରେ ଯାହା ଜଣ ପଡୁଛି ଏମାନଙ୍କ ପ୍ରତି ଅଡୁଆ ବଢ଼ିବାରେ ଲାଗିଛି ।