ଅନାଥଙ୍କ ଆଶ୍ରା ସୁକିନ୍ଦା ବିଧାୟକ

0

ଭୁବନେଶ୍ୱର : କୁନି କୁନି ପିଲା ହୁଅନ୍ତୁ କି ମାନସିକ ବିକୃତ ସମସ୍ତଙ୍କ ପାଇଁ ରହିଛି ମିଶନ ଆଶ୍ରା । ହସିଲେ ଶିଶୁ, ହସିବ ସୁକିନ୍ଦା । ଶିଶୁ ମାନଙ୍କ ମୁହଁରେ ହସ ଟିକେ ଦେଖିଲେ ଏ ଦେଶ ହସିବ । ଏ ଚିନ୍ତାଧାରା ନେଇକି କୁନି କୁନି ପିଲାଙ୍କ ରହିବା ପାଇଁ ରିଆବଲିଟସେନ ଉଦଘାଟନ ହୋଇଯାଇଛି । ଯାହାଙ୍କର କେହି ନାହାନ୍ତି କୁନିକୁନି ତାଙ୍କର ସାହରା ହେବ ମିଶନ ଆଶ୍ରା । ପିଲାମାନଙ୍କୁ ଥଇଥାନ କରିବା ଓ ସୁସ୍ଥ ରଖିବା ପାଇଁ ଗୋଟିଏ ରିଆବଲିଟେସନ ଉଦଘାଟନ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ୍ନ ବୈଷୟିକ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରତିରଞ୍ଜନ ଘଡେଇ ।

ତେବେ ଯେଉଁ ମହିଳାମାନେ ମାନସିକ ବକୃତ ଏବଂ ଅସହାୟ ହୋଇଥାନ୍ତି,ସମାଜ ଗ୍ରହଣ ନକରି ରାସ୍ତା ଉପରକୁ ଏକାକରି ଛିଡା କରିଦିଏ, ସେହି ମହିଳା ମାନଙ୍କୁ ହିଁ ସାହରା ଦେବ ମିଶନ ଆଶ୍ରା । ଏମାନଙ୍କ ଥଇଥାନ ପାଇଁ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନୀ ମଣ୍ଡଳିରେ ମିଶନ ଆଶ୍ରା ନାମରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଗୃହ ଏବ ଅନାଥ ପିଲାଙ୍କ ପାଇଁ ୫୦ ବିଶିଷ୍ଟ ଶର୍ଯ୍ୟା ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ଅବସରରେ ସୁକିନ୍ଦା ବିଧାୟକ କହିଛନ୍ତି, ଯେଉଁ ମହିଳାମାନେ ଆଜି ମାନସିକ ଭାବରେ ଟିକେ ଅସୁସ୍ଥ ଅଛନ୍ତି ସେମାନେ କେମତି ଶାନ୍ତିରେ ରହିବେ ତାଙ୍କ ପରିବାର ବର୍ଗ କେମିତି ଶାନ୍ତିରେ ରହିବେ, ମଣିଷ ମଣିଷକୁ କେମିତି ଭଲପାଇବ ଏ ମାନବିକତାର ପରିଚୟ ଆଜି ସମ୍ଭବ ହୋପାରିଛି ଆପଣଙ୍କ ସାହାର୍ଯ୍ୟପାଇଁ । ବିଧାୟକଙ୍କର ଏଭଳି ମହାନ କାର୍ଯ୍ୟପାଇଁ ସୁକିନ୍ଦା ବ୍ଲକ ତରଫରୁ ମାନ୍ୟବର ବିଧାୟକ ପ୍ରତିରଞ୍ଜନ ଘଡେଇଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଅଂଚଳବାସୀ ।