ଓସ୍କାର ପୁରସ୍କାର: ବେଷ୍ଟ ପିକଚର ‘କୋଡା’

୯୪ତମ ଏକାଡେମୀ ପୁରସ୍କାର ଚଳିତ ଥର ଓସ୍କାର ପୁରସ୍କାର ୱିଲ୍‌ ସ୍ମିଥ୍‌ଙ୍କ ବିବାଦ କାରଣରୁ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛନ୍ତି ।

0

(ମୁମ୍ବାଇ) : ୯୪ତମ ଏକାଡେମୀ ପୁରସ୍କାର ଚଳିତ ଥର ଓସ୍କାର ପୁରସ୍କାର ୱିଲ୍‌ ସ୍ମିଥ୍‌ଙ୍କ ବିବାଦ କାରଣରୁ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛନ୍ତି । ଗୋଟେପଟେ ଯେଉଁଠି ବେଷ୍ଟ ଆକ୍ଟରର ପୁରସ୍କାର ୱିଲ ସ୍ମିଥଙ୍କୁ ମିଳିଥିବା ବେଳେ ସେପଟେ ବେଷ୍ଟ ପିକଚର ‘କୋଡା’ ( CODA) ହୋଇଛି ।

ସୂଚନାନୁଯାୟୀ , ଏହା ଏକ ପରିବାରର କାହାଣୀ । ଏହି ପୂରା ପରିବାରରେ କେବଳ ୧୭ବର୍ଷିୟା ରୁବି (ଏମିଲିଆ ଜୋନ୍ସ) , ଯିଏକି ଶୁଣି ପାରନ୍ତି । ରୁବିଙ୍କର ମାତା-ପିତା କିଛି ଶୁଣି ପାରନ୍ତି ନାହିଁ ଏବଂ ଆଉ ଏହି ସ୍ଥିତିରେ ପରିବାରର ପୂରା ଦାୟିତ୍ୱ ରୁବି ଉପରେ ଥାଏ । କୋଡାର କାହାଣୀ , ସଲମାନ ଖାନ୍‌ ଅଭିନୀତ ଫିଲ୍ମ ଖାମୋଶୀ : ଦ ମ୍ୟୁଜିକଲ ସହ ବହୁତ ମେଳ ଖାଉଛି । ଏହି ଫିଲ୍ମଟି ୧୯୯୬ରେ ରିଲିଜ୍ ହୋଇଥିଲା ।