ରାଇରଂଗପୁରରେ ହେବ ଗୁରୁତ୍ୱର ଅଷ୍ଟେଓପାଥି ଚିକିତ୍ସା

0

ରାଇରଙ୍ଗପୁର /ସତ୍ୟନାରାୟଣ ପାଲ :ରାଇରଂଗପୁର ଉପଖଣ୍ଡ ଚିକିତ୍ସାଳୟସ୍ତ ସମ୍ମିଳନୀ କକ୍ଷରେ ଅଷ୍ଟେଓପାଥି ମେଡିସିନ୍ ଉପରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ନିର୍ଦ୍ଦେଶକ ବିଶ୍ବବିଦ୍ୟାଳୟ ଡଃ ବିଜୟ ଲକ୍ଷ୍ମୀ ମହାନ୍ତି,ଉପଖଣ୍ଡ ମେଡିକାଲ ଅଫିସର ଡଃ ସାଗର ଚନ୍ଦ୍ର ନାୟକ,ପୂର୍ବତନ ଉପଖଣ୍ଡ ମେଡିକାଲ ଅଫିସର ଡଃ ପି ଏସ୍ ମଣିକେଶ୍ବରୀ,ରାଇରଂଗପୁର ଉପଖଣ୍ଡ ମେଡିକାଲ ମ୍ୟାନେଜର ଶ୍ରୀମତୀ ଲିପସା ରାଜନନ୍ଦିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅଷ୍ଟେଓପାଥି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଶରୀରର ମାଂସପେଶୀ,ଗଣ୍ଠି,ସ୍ନାୟୁ,କନେକ୍ଟିଭ୍ ଟିସୁ,ରକ୍ତ ସଂଚାଳନ ଏବଂ ଆଭ୍ୟନ୍ତରୀଣ ଅଙ୍ଗକୁ ପାଳ୍ପେସନ ଓ ମାନୁଆଲ କୌଶଳ ଦ୍ବାରା ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ କ୍ଷମତାକୁ ସୁଦୁଢ କରିଥାଏ ।

ଏଥିରେ ପିଠି ବଥା,ମୁଣ୍ଡ ବିନ୍ଧା,ମାଂସପେଶୀ ଅବା ଗଣ୍ଠି ଯନ୍ତ୍ରଣା,ପୋଷ୍ଟୁରାଲ ଷ୍ଟ୍ରେନ,ବେକ ଏବଂ କାନ୍ଧରେ ଯନ୍ତ୍ରଣା,କ୍ରୀଡା ଯନ୍ତ୍ରଣା,ଅପରେଟିଭ୍ ପୁନର୍ବାସ,ହଜମ ପ୍ରକ୍ରିୟା,ଋତୁସ୍ରାବ ସମସ୍ୟା,ଆଜମା,ଶ୍ବାସକ୍ରିୟା ସଂକ୍ରମଣ,ଗର୍ଭାବସ୍ଥା ଜନିତ ପିଠି ଯନ୍ତ୍ରଣା ତଥା ଓଟିଟିସ୍ ମିଡିଆ ଆଦି ରୋଗ ପାଇଁ ଅଷ୍ଟିଓପାଥି ଚିକିତ୍ସା ଦିଆଯାଏ । ଓଡିଶାରେ ଅବସ୍ଥିତ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଓ ସ୍ନାତକ ଅଷ୍ଟେଓପାଥି ପାଠ୍ୟକ୍ରମ ପ୍ରଦାନ କରିଥାଏ । ୪୬ଟି ଦେଶରେ ବିଶ୍ବବ୍ୟାପୀ ଅଷ୍ଟିଓପାଥି ଚିକିତ୍ସା ପ୍ରଦାନ କରାଯାଉଛି । ଏହା ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ଅଧୀନରେ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି ।