୧୧ରୁ ଖୋଲିବ ଓୟୁଏଟି

0

(ଭୁବନେଶ୍ୱର): କରୋନା ମହାମାରୀ ପାଇଁ ଦୀର୍ଘ ୧୦ ମାସ ଧରି ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିଲା । ଅନଲାଇନ ମାଧ୍ୟମରେ ପାଠପଢା ଚାଲିଥିବା ବେଳେ ଆସନ୍ତାକାଲି ଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ । ସେହିପରି ଜାନୁଆରୀ ୧୧ରୁ ଓଡ଼ିଶା କୃଷି ଓ ବୈ÷ଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଖୋଲିବ । ଓୟୁଏଟି ଅଧିନରେ ଥିବା ୯ଟି ମହାବିଦ୍ୟାଳୟ ମଧ୍ୟ ସେହିଦିନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ସମସ୍ତ କୋଭିଡ ନିୟମର ଅନୁପାଳନ କରି କ୍ଲାସରୁମ ପାଠପଢା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ କେବଳ ସ୍ନାତକ ଶେଷବର୍ଷ, ସ୍ନାତକୋତ୍ତର ପ୍ରଥମ ଓ ଦ୍ୱିତୀୟ ବର୍ଷ ଓ ପିଏଚଡି ଛାତ୍ରଛାତ୍ରୀମାନେ କ୍ଲାସ କରିବେ ।