ଆମ ମୁଖ୍ୟମନ୍ତ୍ରୀ ନମ୍ବର ୧

0

ଭୁବନେଶ୍ୱର;ରାଜ୍ୟବାସୀଙ୍କ ସାଙ୍ଗରେ ସବୁବେଳେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ଦୁଃଖ ସୁଖରେ ସାଧାରଣ ଲୋକଙ୍କ ପାଖରେ ଠିଆ ହୁଅନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେଥିପାଇଁ ତ ସବୁ ରାଜ୍ୟ ଅପେକ୍ଷା ଓଡ଼ିଶାର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ ।ସୂଚନା ଅନୁସାରେ ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ନବୀନ ପଟ୍ଟନାୟକ ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତବିଶ୍ୱ ଶର୍ମା ।

୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । କେବଳ ସେତିକିନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ଭାଧିକ ଲୋକପ୍ରିୟ ନେତା ଭାବେ ଚୟନ ହୋଇଛନ୍ତି ଆଉ ତାଙ୍କୁ ମିଳିଛି ୫୩ପ୍ରତିଶତ ଲୋକମତ | ସେପରି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ମିଳିଛି ୯ ପ୍ରତିଶତ |  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚାହୁଁଛନ୍ତି ୭ ପ୍ରତିଶତ ଜନତା  । ତେବେ ଦଳ ଭିତରେ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି ରାହୁଲ ଗାନ୍ଧୀ  ।

ଅର୍ଥାତ ୨୩ ପ୍ରତିଶତ ଦଳୀୟ ସମର୍ଥନ ରାହୁଲ ଗାନ୍ଧୀଙ୍କୁ ମିଳୁଛି  । ଅନ୍ୟପଟେ ମନମୋହନ ସିଂଙ୍କୁ ୧୬ ପ୍ରତିଶତ, ସୋନିଆ ଗାନ୍ଧୀଙ୍କୁ ୧୪ ପ୍ରତିଶତ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ଦଳୀୟ ସମର୍ଥନ ବା ଲୋକପ୍ରିୟତା ରହିଛି ୯ ପ୍ରତିଶତ  ।କେବଳ ସେତିକି ନୁହେଁ ଯଦି ଲୋକସଭା ନିର୍ବାଚନ କଥା ଦେଖିବା ତାହାଲେ  ଏନଡିଏ ୨୮୬ ସିଟ୍ ପାଇବକୁ ଚୟନ ହୋଇଥିବା ବେଳେ ୟୁପିଏକୁ ମିଳିବ ୧୪୬ ଆସନ ଓ NDA ବର୍ତ୍ତମାନ ପ୍ରରିପେକ୍ଷୀରେ ୪୧ ପ୍ରତିଶତ ଶେଷରେ  କଂଗ୍ରେସ ବା ଏହାର ମେଣ୍ଟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବ ବୋଲି ଲୋକମତ ପ୍ରକାଶ ପାଇଛି |