ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ହେଲା ସିଂହ,ବିଗିଡ଼ିପାରେ ସ୍ୱାସ୍ଥ୍ୟବସ୍ଥା 

ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ନିକଟରେ କରୋନାରେ ସଂକ୍ରମିତ ହେଇଛି ସିଂହ।

0

(ଦିଲ୍ଲୀ) : ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ନିକଟରେ କରୋନାରେ ସଂକ୍ରମିତ ହେଇଛି ସିଂହ। ଦକ୍ଷିଣ ଆଫ୍ରିକାର ଏକ ଘରୋଇ ଚିଡିଖାନାରେ ଥିବା କେତେକ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ କରୋନାର ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଫଳରେ ସିଂହମାନଙ୍କ ଠାରେ ଶ୍ୱାସକ୍ରିୟା ଜନିତ ସମସ୍ୟା, ଶୁଖିଲା କାଶ ଭଳି ଲକ୍ଷଣ ଦେଖାଦେଇଛି।

 

ସୂଚନାନୁଯାୟୀ , ଏକ ଅଧ୍ୟୟନରୁ ଜଣାପଡିଛି ଯେ ୨୦୨୧ରେ ଦକ୍ଷିଣ ଆଫ୍ରିକାରେ କରୋନାର ତୃତୀୟ ଲହର ସମୟରେ ଚିଡିଆଖାନାର ତିନୋଟି ସିଂହ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ମଧ୍ୟ ସେତେବେଳେ କରୋନା ହୋଇଥିଲା। ଏବେ ଆଉ କିଛି ସିଂହ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯଦି ସିଂହମାନେ ଅଧିକ ସମୟ ଯାଏଁ ସଂକ୍ରମିତ ରୁହନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ପାରେ। ଏକ ନୂଆ ରୋଗ ଜନ୍ମ ନେଇପାରେ। ସଂକ୍ରମିତ ସିଂହ ଗୁଡିକୁ ପ୍ରାଣୀଉଦ୍ୟାନ ଭିତରେ ଅଲଗା ରଖାଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।