ହିଞ୍ଜିଳିର ମିଶନ ଶକ୍ତି ରଣ ମେଳାରେ ଅତ୍ୟାଧିକ ଭିଡ ଯୋଗୁଁ ସୃଷ୍ଟି ହେଲା ଭୟଙ୍କର ପରିସ୍ଥିତି

0

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ମିଶନ ଶକ୍ତି ଋଣ ମେଳାକୁ ଆସିଥିବା ଅଧିକାଂଶ ମହିଳା ପ୍ରବଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ମହିଳା ଋଣ ମେଳାରେ ଯୋଗଦେବା ପାଇଁ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ସଭା ସ୍ଥଳରେ ମାତ୍ର ତିନି ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଫଳରେ ସଭାସ୍ଥଳରେ ଅସମ୍ଭାଳ ଭିଡ଼ ସୃଷ୍ଟି ହୋଇଥିଲା। ଅଧିକାଂଶ ମହିଳାଙ୍କୁ ମାଲବାହୀ ଯାନ ଓ ଅଟୋ ରିକସାରେ ବିପଦଜନକ ଭାବେ ନେବା ଆଣିବା କରାଯାଉଥିଲା। ସବୁ ମହିଳାଙ୍କ ପାଇଁ ମିନି ଷ୍ଟାଡିୟମ ପରିସରରେ ଭୋଜନର ବ୍ୟବସ୍ଥା ହୋଇଥିବା ବେଳେ, ପ୍ରବଳ ଭିଡ଼ ଯୋଗୁଁ ଭୋଜନ ସ୍ଥଳରେ ଠେଲା ପେଲା ହେବା ସହ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ଅବ୍ୟବସ୍ଥା ଦେଖି ଅନେକ ମହିଳା ଭୋଜନ ନକରି ବାହାରକୁ ଚାଲିଯାଇଥିଲେ। ଏତେ ସଂଖ୍ୟକ ମହିଳା ଆସିଥିବାରୁ ସ୍ଥାନୀୟ ବ୍ଳକ ଛକ ଠାରୁ ବିଜୁ ପଟ୍ଟନାୟକ ଛକ ପର୍ୟ୍ୟନ୍ତ ଯାନ ବାହନ ଚଳାଚଳ କରିବାରେ ଅସୁବିଧା ହୋଇଥିଲା। ଫଳରେ ସହରରେ ପ୍ରବଳ ଟ୍ରାଫିକ ସମସ୍ୟା ଉପୁଜିଥିଲା।