Reporters Today
  • Home
  • ଅପରାଧ
  • ଏଣ୍ଟିଲିଆ ଆଗରୁ ମିଳିଥିବା ସ୍କର୍ପିଓ ମାଲିକଙ୍କ ମୃତଦେହ ଉଦ୍ଧାର
ଅପରାଧ

ଏଣ୍ଟିଲିଆ ଆଗରୁ ମିଳିଥିବା ସ୍କର୍ପିଓ ମାଲିକଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ସମ୍ମୁଖରୁ ଜିଲୋଟିନଭର୍ତ୍ତି ସ୍କର୍ପିଓ ମାଲିକଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି । କଲୱା ସମୁଦ୍ରରୁ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା କେଶ ହୋଇଥିବା ପୁଲିସ କହିଛି ।
ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ଘର ଏଣ୍ଟିଲିଆ ଆଗରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିବା ସ୍କର୍ପିଓ କୁ ବିକରୋଲୀ ଅଞ୍ଚଳରୁ ଚୋରା ଯାଇଥିଲା । ଗାଡିର ମାଲିକଙ୍କ ନାମ ମନସୁଖ ହିରେନ ନାମକ ଜଣେ ବ୍ୟକ୍ତିଙ୍କର । ପୁଲିସ ତାଙ୍କୁ ତଦନ୍ତ ପରିସରକୁ ଆଣିବା ପୂର୍ବରୁ ତାଙ୍କ ମୃତଦେହ କଲୱା ସମୁଦ୍ର କୂଳରୁ ଉଦ୍ଧାର ହୋଇଛି ।
ଗତ ଫେବୃଆରୀ ୨୫ ତାରିଖରେ ମୁକେଶ ଅମ୍ବାନୀଙ୍କ ଘର ଆଗରେ ଏକ ସ୍କର୍ପିଓ ଗାଡି ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା । ଗାଡିରେ ଜିଲୋଟିନ ଷ୍ଟିକ ସହ ଏକ ଧମପୂର୍ଣ୍ଣ ପତ୍ର ଥିଲା । ଯେଉଁଥିରେ ମୁକେଶ ଅମ୍ବାନୀଙ୍କୁ କୁହାଯାଇଥିଲା, ଏହା ଏକ ଟ୍ରେଲର । ଫିଲ୍ମ ବାକି ଅଛି ।

Related posts

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

Report

ପୁଣି ମାତିଲେ ସାଇବର ଲୁଟେରା

Report

ଶିକ୍ଷୟିତ୍ରୀଙ୍କ ବେକ କାଟିବା ପରେ ନିଜ ବେକ କାଟିଲା ଯୁବକ

Report

Leave a Comment