ପଦ୍ମପୁର: ଶେଷ ପର୍ଯ୍ୟାୟରେ ପଦ୍ମପୁର ମତଦାନ । ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଛି । ତେବେ କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଚାରଟି ବ୍ୟାଲେଟ ୟୁନିଟ୍, ତିନୋଟି କଂଟ୍ରୋଲ ୟୁନିଟ, ଆଠଟି ଭିଭିପାଟ ବଦଳ କରାଯାଇଛି । ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଚାଲିବ ଭୋଟ୍ ଗ୍ରହଣ ପ୍ରକ୍ରିୟା । ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ତେବେ ଆଜି ସକାଳ ୭ ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ ଟା ପର୍ୟ୍ୟନ୍ତ ମତଦାନ ଜାରି ରହିବ । ଏହି ଉପନିର୍ବାଚନ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ଟି ବ୍ଲକର ମୋଟ ୨ଲକ୍ଷ ୬୯ ହଜାରରୁ ଅଧିକ ମତଦାତା । ମତଦାନ ପାଇଁ ୩୧୯ ବୁଥରେ ୧ ହଜାର ୨୭୬ ପୋଲିଂ ଅଧିକାରୀ ନିଯୁକ୍ତି କରାଯାଇଥିବା ସୂଚନା ରହିଛି । ଏହା ସହ ପ୍ରତି ବୁଥ ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି।