ଭୁବନେଶ୍ୱର: ପ୍ୟାଡି କ୍ରୟ ଅଟୋମେସନ ସିଷ୍ଟମର ସଫଳତା ଉପରେ ଅନୁଧ୍ୟାନ କରିବାକୁ ଛତିଶଗଡ ସରକାରଙ୍କ ୪ ଜଣିଆ ଟିମ୍ ଓଡି଼ଶା ଗସ୍ତରେ ଆସିଛନ୍ତି। ଦିଲ୍ଲୀପ ଜୟସୱାଲଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ ସକସେନାଙ୍କ ସହ ଆଲୋଚନା କରି ପି-ପାସର ମୋଡାଲିଟି ଏବଂ କାର୍ଯ୍ୟଧାରାକୁ ବୁଝିଥିଲେ। ଓଡି଼ଶା ରିମୋଟ ସେନ୍ସିଂ ଆବେଦନ କେନ୍ଦ୍ର ସାହାଯ୍ୟରେ ସାଟେଲାଇଟ ସାହାଯ୍ୟରେ ଧାନ ଫସଲର ବୈଧତା ସହିତ ସଜ୍ଜିତ ଅଟୋମେସନ ସିଷ୍ଟମ କାର୍ଯ୍ୟକାରୀ କରିବାବେଳେ ଓଡି଼ଶା କିପରି ସଫଳତା ପାଉଛି ସେ ବିଷୟରେ ଅନୁଧ୍ୟାନ କରିଥିଲେ। କ୍ରୟ ଏବଂ ବୈଧତା ଚକ୍ରର ପ୍ରକ୍ରିୟା ପ୍ରବାହକୁ ଅନୁଧ୍ୟାନ ଲାଗି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଏକ କ୍ଷେତ୍ର ପରିଦର୍ଶନ କରିବେ। ଅନୁଧ୍ୟାନକାରୀ ଦଳରେ ରାହୁଲ ଆଣ୍ଡ୍ରାସକର, ମନୁ ଗୌରବ ସିଂ ଏବଂ ଏନଆଇସିର ବରିଷ୍ଠ ପ୍ରତିନିଧ୍ୟମାନେ ପ୍ରମୁଖ ସଦସ୍ୟ ରହିଥିଲେ। ଏହି ଅଭିନବ ହସ୍ତକ୍ଷେପରେ ରାଜ୍ୟର ପ୍ରକୃତ ଚାଷୀଙ୍କୁ ରିଲିଫ ଆଣିବା ଏବଂ ଧାନର ସର୍ବନିମ୍ନ ସହୟକ ମୂଲ୍ୟ (ଏମଏସପି)ର ସଠିକ ଟାର୍ଗେଟକୁ ସୁନିଶ୍ଚିତ କରିବା ପାଇଁ ଅପାର ସମ୍ଭାବନା ରହିଛି।