ପଦ୍ମପୁର: ମତଦାନ ଦାନ ପାଇଁ ଆଉ ତିନି ଘଣ୍ଟା ବାକି ରହିଛି । ଏ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ପଦ୍ମପୁରରେ ମତଦାନ ଚାଲିଛି । ସକାଳେ ୮ ଟି ଇଭିଏମ ରେ ତ୍ରୁଟି ଦେଖା ଦେଇଥିବା ବେଳେ ଏହାରି ଭିତରେ ଆଉ ୩ ଟି ବୁଥ ରେ ମାଇନର ତ୍ରୁଟି ଦେଖା ଦେଇଥିଲା ତାକୁ ବଦଳାଯାଇଛି । ଦିନ ୧ ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନି ।
ତେବେ ଆଜି ସକାଳ ୭ ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ ଟା ପର୍ୟ୍ୟନ୍ତ ମତଦାନ ଜାରି ରହିବ । ଏହି ଉପନିର୍ବାଚନ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ଟି ବ୍ଲକର ମୋଟ ୨ଲକ୍ଷ ୬୯ ହଜାରରୁ ଅଧିକ ମତଦାତା । ମତଦାନ ପାଇଁ ୩୧୯ ବୁଥରେ ୧ ହଜାର ୨୭୬ ପୋଲିଂ ଅଧିକାରୀ ନିଯୁକ୍ତି କରାଯାଇଥିବା ସୂଚନା ରହିଛି । ଏହା ସହ ପ୍ରତି ବୁଥ ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି।