ପଦ୍ମପୁର ଉପନିର୍ବାଚନ; ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ନବୀନ

0

ପଦ୍ମପୁର: ପଦ୍ମପୁର ମାଟିରେ ପାଦ ରଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବର୍ଷା ସିଂ ବରିହାଙ୍କ ପାଇଁ ପଚାର କରିବେ ମୁଖ୍ୟମନ୍ତ୍ରୀ ।ତେବେ ଆଜି କଂଗ୍ରେସ ଏବଂ ବିଜେପିକୁ ମାତ ଦେବାପାଇଁ ବିଜେଡି ସୁପ୍ରିମୋ କରିବେ ନିର୍ବାଚନ ପ୍ରଚାର । ପାଇକମାଳ, ଝାରବନ୍ଧ ଆଉ ପଦ୍ମପୁରରେ ଆଜି ହେବ ଶାସକ ଦଳର ଗ୍ରାଣ୍ଡ ସୋ ।

ସୂଚନାମୁତାବକ, ଆସନ୍ତା ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏଥିନେଇ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ସହ ଅନ୍ୟ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି । ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଧୁଆଁଧାର ପ୍ରଚାର ଆରମ୍ଭ ହୋଇଯାଇଛି । ସବୁ ଦଳର ହେଭିୱେଟ ପଦ୍ମପୁରରେ ଡେରା ପକାଇ ଜନ ସମର୍ଥନକୁ ନିଜ ସପକ୍ଷକୁ ନେବା ପାଇଁ ସମସ୍ତ କଳବଳ ଖଟାଇ ଦେଇଛନ୍ତି ।