ପଦ୍ମପୁର: ପଦ୍ମପୁରରେ ଜାରି ରହିଛି ମତଦାନ । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ୧୨ ଜଣ ଜୋର୍ଣ୍ଣାଲ ମାଜିଷ୍ଟ୍ରେଟ,୩୬ ସେକ୍ଟର ଅଫିସର, ୪୫ମୋବାଇଲ ପୋଲିସ ପାର୍ଟି ତନଖି କରୁଛନ୍ତି । ମକ ପୋଲ ସମୟର ୪ ଟି ବୁଥ , ମତଦାନ ସମୟରେ ୪ ଟା ବୁଥର ଇଭିଏମ ତ୍ରୁଟି ହୋଇଥିଲା । ବର୍ତ୍ତମାନ୍ ସୁଦ୍ଧା ୪ ଟା ବ୍ୟାଲଟ ୟୁନିଟ ,୩ ଟା କଣ୍ଟ୍ରୋଲ ୟୁନିଟ ,୮ ଟା ଭି ଭି ପାଟ ବଦଳ କରାଯାଇଛି। ଅପରାହ୍ନ ୪ ଟା ପର୍ୟ୍ୟନ୍ତ ଚାଲିବ ଭୋଟ । ଅଧିକ ରୁ ଅଧିକ ଭୋଟର ମତଦାନ ପାଇଁ ଅପିଲ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ରାଜ୍ୟ ପୋଲିସ ବ୍ୟତୀତ ୯ କମ୍ପାନୀ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ ସରିବା ସଂଗେ ସଂଗେ ପୋଲିଂ ପାର୍ଟଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି । ମାଓପ୍ରବଣ ଅଞ୍ଚଳ ସହ ମୋଟ ୭୭ ଟି ସମ୍ବେଦନ ଶିଲ ବୁଥ ପାଇଁ ଆଜି ସକାଳୁ ପୋଲିଂ ବୁଥ କୁ ଯାଇଥିଲେ ପୋଲିଂ କର୍ମଚାରୀ ।