ଭାରତରୁ ମଶାରୀ କିଣିବ ପାକିସ୍ତାନ

ଡେଙ୍ଗୁରେ ଆକ୍ରାନ୍ତ ପାକିସ୍ତାନ, ଭାରତରୁ ମଶାରୀ କିଣିବା ନେଇ ସୂଚନା

0

ଇସଲମାବାଦ : ଡେଙ୍ଗୁ , ମ୍ୟାଲେରିଆ କବଳରେ ପାକିସ୍ତାନ । ପାକିସ୍ତାନରେ ହୋଇଥିବା ବନ୍ୟା ବିତ୍ପତ ପରେ ମାଡ଼ିଚାଲିଛି ମଶା ଜନିତ ସଂକ୍ରମଣକାରୀ ରୋଗ । ୩୨ ଜିଲ୍ଲାରେ ପ୍ରାୟ ୨୭ଲକ୍ଷ ମାମଲା ସାମ୍ନାକୁ ଆସିବା ପରେ ଭାରତକୁ ସହାୟତାର ହାତ ବଢେଇଛି ପାକିସ୍ତାନ । ଏନେଇ ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତରୁ ୬୦ଲକ୍ଷ ମଶାରୀ କିଣିବା ପାଇଁ ଅନୁମତି ନେଇଛି ।

ତେବେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଗ୍ଲୋବାଲ ଫଣ୍ଡ ବ୍ୟବହାର କରି ଭାରତରୁ ମଶାରୀ କିଣିବ । ବାଘା ବର୍ଡର ଦେଇ ଭାରତ ପାକିସ୍ତାନକୁ ମାଶାରୀ ପଠାଇବ । ତେବେ ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି ଆସନ୍ତା ମାସ ସୁଦ୍ଧା ମଶାରି ପାକିସ୍ତାନରେ ପହଁଚିଯିବ । ଜୁନରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ପାକିସ୍ତାନରେ ୧୭ ଶହ ଲୋକେ ପ୍ରାଣ ହୋଇଥିବା ବେଳେ, ପ୍ରାୟ ସାଢେ ୩ଲକ୍ଷ ଲୋକେ ବିସ୍ଥାପିତ ହୋଇଥିଲେ ।

ଏହାପରେ ଡବ୍ଲୁଏଚଓ ଜଳବାହିତ ରୋଗ ସହ ମ୍ୟାଲେରିଆ ଡେଙ୍ଗୁ ଭଳି ରୋଗ ହେବ ବୋଲି ସୂଚନା ଦେଇଥିଲା । ସିନ୍ଧ, ପଞ୍ଜାବ ଓ ବେଲୁଚିସ୍ତାନ ସମେତ ୩୨ଟି ଜିଲ୍ଲାରେ ବନ୍ୟା ହୋଇଥିଲା ଏବଂ ସେହିଠାରେ ୨୭ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି ।