ଧୋକା ଦେଉଛି ପାକିସ୍ତାନ

0

କାଶ୍ମୀର : ପାକିସ୍ଥାନର କାଶ୍ମୀର ପ୍ରେମକୁ ପଦାରେ ପକାଇଲେ ପିଓକେ ଝିଅ । କାଶ୍ମିରକୁ ନେଇ ପାକିସ୍ଥାନ ସରକାର କିମ୍ବା ପାକିସ୍ତାନ ସେନା ଉଠାଉଥିବା ବିବାଦକୁ ଭିତ୍ତିହିନ କହିବା ସହ ସେଠାକାର ଆବାମ୍ଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନ ଜୋଗାଇ ଖାଲି ପାକିସ୍ତାନ ଜିନ୍ଦାବାଦର ନାରା ଦେବାକୁ କହିବା ଲଜ୍ୟାଜନକ ।

ଅଧାରୁ ଅଧିକ କାଶ୍ମୀରି ହାସପିଟାଲରେ ପହଞ୍ଚିବା ଆଗରୁ ରାସ୍ତାରା ହିଁ ମରିଯାଆନ୍ତି , ଖାଲି ଖରାପ ଗମନା ଗମନର ମାଧ୍ୟମ ହେତୁ । କିଛି ନଭାବି ନବୁଝି ଆଜି ପର୍ଯ୍ୟନ୍ତ କାଶ୍ମୀରର ଲୋକ ମାନେ ପାକିସ୍ତାନକୁ ସହୋଜୋଗ କରି ଆସିଛନ୍ତି । କିନ୍ତୁ ଆମକୁ ପ୍ରତି ବଦଳରେ ମିଳିଲା କଣ ଗଦ୍ଦାରିର ଆକ୍ଷା । ପିଓକେ ବାସୀଙ୍କୁ ସର୍ବଦା ପାକିସ୍ତାନ ଅବହେଳା କରିଆସୁଛି ଏମିତିକି ୯୯ ପ୍ରତିଶତ ନଂ ରଖିଥିବା ଛାତ୍ର ଛାତ୍ରୀଙ୍କୁ ବି ମେଡିକାଲ ଆଡମିଶନ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ପିଓକେର ଏହି ଯୁବତୀ ଜଣକ ।

ଆଜି ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର ର ଲୋକ ମାନେ ପାକିସ୍ତାନ ଜିନ୍ଦାବାଦର ନାରା ଲଗାଇଲେ କିନ୍ତୁ ସେମାନଙ୍କୁ କଣ ମିଳିଲା ? କାଶ୍ମୀର କଉ ପାକିସ୍ତାନର ନୁହେଁ , କାଶ୍ମୀର ହେଉଛି ଏଠାରେ ବାସ କରୁଥିବା ହିନ୍ଦୁ , ମୁସଲମାନ , ବୁଦ୍ଧିଷ୍ଟ , ଖ୍ରୀଷ୍ଟିଆନ କିମ୍ବା ଅନ୍ୟ କୌଣସି ସଂପ୍ରଦାୟର ଲୋକ ମାନଙ୍କର ଯେଉଁ ମାନେ କାଶ୍ମୀରର ବାସିନ୍ଦା । ହୋସ ସମ୍ଭାଳିବା ଦିନଠାରୁ ଆମେ ମାନେ ଯେଉଁ ପାକିସ୍ତାନର ପତାକା ଉଡାଇ ଆସୁଛୁ ଜଦି ସେହି ପତାକା ଆମ ମାନଙ୍କ ଦୁଃଖରେ ଛିଡା ହେଉନାହିଁ , ତାହେଲେ ଆମେ ମାନେ ଖାଲି କାହିଁକି ନାରା ଦେବୁ ଜେ ଷ୍ଟାଣ୍ଡ ଉଇଥ କାଶ୍ମୀର , ଷ୍ଟାଣ୍ଡ ଉଇଥ କାଶ୍ମୀର । ଆମେ କାଶ୍ମୀରି ଥକି ସାରିଲୁଣି ଏସବୁ କହି କହି ।