ପାକିସ୍ଥାନର ନୂଆ ରଙ୍ଗିଲା ପ୍ରଧାନମନ୍ତ୍ରୀ

0

ଇସଲାମାବାଦ: ପାକିସ୍ଥାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ କେବଳ ଶହ ଶହ ଟଙ୍କାର ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ନାହାନ୍ତି ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ବେଶ ଚର୍ଚ୍ଚାରେ । ରଙ୍ଗୀନ ମିଜାଜ୍ ପାଇଁ ସେ ଦେଶବାସୀଙ୍କ ନିକଟରେ ବେଶ୍ ପରିଚିତ । ସରିଫ୍ ବିବାହ ମାମଲାରେ ଇମ୍ରାନଙ୍କ ଠାରୁ ବେଶ ଦୁଇ ପାଦ ଆଗାରେ ରହିଛନ୍ତି । ସରିଫ୍ ମୋଟ ୫ଥର ବିବାହ କରିଛନ୍ତି, ସେ ଆଲିଆ ହନି, ନିଲୋଫର ଖୋସା, କାଲସୁମ ହାୟିଙ୍କୁ ଛାଡପତ୍ର ଦେଇଛନ୍ତି । ନୁସରତଙ୍କ ଠାରୁ ୨ଯାଆଁଳା ପୁଅ ଓ ୩ ଝିଅ ଥିବା ବେଳେ, ଆଲିଆଙ୍କ ଠାରୁ ଗୋଟିଏ ଝିଅ ରହିଛି । ସୂଚନାନୁଯାୟୀ, ସରିଫ୍ ମାତ୍ର ୨୩ବର୍ଷ ବୟସରେ ୧୯୭୩ରେ ନୁସରତଙ୍କୁ ବିବାହ କରିଥିଲେ । ନୁସରତଙ୍କ ମୁତ୍ୟପରେ ଆଲିଆ ଏବଂ ପରେ ନିଲୋଫର ଖୋସଙ୍କୁ ବିବାହ କରିଥିଲେ । ୨୦୦୩ ମସିହାରେ ସେ ସମାଜସେବୀ ତେହମିନା ଦୁରାନୀଙ୍କୁ ଚତୁର୍ଥ ବିବାହ କରିଥିଲେ । ୨୦୧୨ରେ ସେ ୬୦ ବର୍ଷ ବୟସରେ ସେ କାଲସୁମ ହାୟିଙ୍କୁ ୫ମ ବିବାହ କରିଥିଲେ, ତେବେ ବ୍ୟକ୍ତିଗତ ଜୀବନରେ ରଙ୍ଗିଲା ହୋଇଥିଲେ ମଧ୍ୟ ଜଣେ ଉତ୍ତମମ ପ୍ରଶାସକ ଭାବେ ପରିଚିତ ।