ଏଣିକି ଭଡାରେ ଉପଲବ୍ଧ ହେବ ପାକ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ

କିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସରକାରୀ ବାସଭବନ ଏବେ ଭଡ଼ାରେ ମିଳିବ । ଆର୍ଥିକ ସଙ୍କଟର ସାମ୍ନା କରୁଥିବା ପାକ୍‌ ପକ୍ଷରୁ ଇସଲାମାବାଦସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ସାଧାରଣ ଲୋକଙ୍କୁ ଭଡ଼ାରେ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି ।

0

(ଇସଲାମାବାଦ) : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସରକାରୀ ବାସଭବନ ଏବେ ଭଡ଼ାରେ ମିଳିବ । ଆର୍ଥିକ ସଙ୍କଟର ସାମ୍ନା କରୁଥିବା ପାକ୍‌ ପକ୍ଷରୁ ଇସଲାମାବାଦସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ସାଧାରଣ ଲୋକଙ୍କୁ ଭଡ଼ାରେ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ସାଂସ୍କୃତିକ, ଫ୍ୟାଶନ୍‌, ଶିକ୍ଷା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଲୋକେ ତାକୁ ଭଡ଼ାରେ ନେଇପାରିବେ । ଏହି ସଂକ୍ରାନ୍ତରେ ଖୁବ୍‌ ଶୀଘ୍ର ଇମ୍ରାନ୍‌ଙ୍କ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହେବ । ସେଥିରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ା ଦେଇ ଆସିବାକୁ ଥିବା ଅର୍ଥ ସଂପର୍କରେ ଚର୍ଚ୍ଚା ହେବ । ପାକ୍‌ ପ୍ରଧାନମନ୍ତ୍ରୀଙ୍କ ବାସଭବନର ଅଡିଟୋରିୟମ, ଅତିଥି ଭବନ ଓ ଏକ ଲନ୍‌କୁ ଭଡ଼ାରେ ଦେବାକୁ ଯୋଜନା ରହିଛି ।

ସୂଚନାନୁଯାୟୀ , ଏହାପୂର୍ବରୁ ୨୦୧୯ ମସିହାରେ ପିଟିଆଇ ସରକାର ଗଠିତ ହେବାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ସରକାରୀ ବାସଭବନକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଘୋଷଣା କରିଥିଲେ । ସେଥିଲାଗି ଘରକୁ ଖାଲି ବି କରିଦେଇଥିଲେ । ସମା ଟିଭି ଅନୁସାରେ ସରକାର ଏବେ ବିଶ୍ୱବିଦ୍ୟାଳୟ ପ୍ରକଳ୍ପରୁ ମୁହଁ ଫେରାଇ ନେଇଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଭଡ଼ାରେ ଦେବାକୁ ନିଷ୍ପତ୍ତି ନିଆଯାଇଛି ।