କିଏ ହେବ ପାକିସ୍ଥାନର ନୂତନ ପ୍ରଧାନମନ୍ତ୍ରୀ ?

0

ଇସଲାମବାଦ : ବହିଷ୍କୃତ ହୋଇଛନ୍ତି ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅନାସ୍ତା ପ୍ରସ୍ତାବରେ ଭୋଟ ପ୍ରକ୍ରିୟା ପରେ ନିଜ ପଦ ହରାଇଛନ୍ତି ଇମ୍ରାନ । ଏହା ସହିତ ତାଙ୍କ ବିରୁଦ୍ଧରେ ଅନେକ ଦୁର୍ନିତୀର ଅଭିଯୋଗ ଥିବାରୁ ସେ ଜେଲ ଜାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଗୃହ ଭଙ୍ଗ ନିଷ୍ପତି ପରେ ପାକିସ୍ତାନ ସୁପ୍ରିମ କୋର୍ଟ ଅନାସ୍ତା ପ୍ରସ୍ତାବ ପାଇଁ ରାୟ ଶୁଣାଇବା ସହ ସଂସଦର ନିଷ୍ପତିକୁ ଅଗଣତାନ୍ତ୍ରିକ ବୋଲି ରାୟ ଦେଇଥିଲେ ।

ରାୟପରେ ଗତ କାଲି ରାତିରେ ହୋଇଥିଲା ଅନାସ୍ତା ଭୋଟ ପ୍ରକ୍ରିୟା । ଭୋଟ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଉଭୟ ବାଚସ୍ପତି ଓ ଉପବାଚସ୍ପତି ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଅସ୍ଥାୟୀ ଭାବେ ଜଣେ ବିଚାରପତୀ ରହି ଏହି ଅନାସ୍ତା ଭୋଟ ପ୍ରକ୍ରିୟା କୁ ଆଗକୁ ବଢାଇଥିଲେ । ମତଦାନରେ ଇମ୍ରାନଙ୍କ ବିରୋଧରେ ୧୭୪ଟି ଭୋଟ ପଡିବାପରେ ଇମ୍ରାନଙ୍କୁ ତାଙ୍କ ପଦରୁ ବହିଷ୍କୃତ କରାଯାଇଥିଲା ।

ଇମ୍ରାନ ଖାନ ବହିସ୍କୃତ ହେବା ପରେ ନୂତନ ପ୍ରଧାନମନ୍ତ୍ରୀ କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନର ବିରୋଧି ଦଳର ନେତା ତଥା ପିଏମଏଲ-ଏନର ନେତା ଶାହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।