ବ୍ୟୁରୋ:ବେଆଇନ ଭାବେ ଭାରତରେ ପ୍ରବେଶ କରୁଛି ପାକିସ୍ଥାନୀ ଡ୍ରୋନ । ଗତ ୯ ମାସରେ ୧୯୧ ଟି ଡ୍ରୋନ ଭାରତକୁ ଅନୁପ୍ରେବଶ କରିଛି । ପାକିସ୍ତାନରୁ ବେଆଇନ ଅନୁପ୍ରବେଶ ଓ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଉଭୟ ସୀମାରେ ମୃତୟନ ଥିବା ସୁରକ୍ଷାବାହିନୀଙ୍କ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଏହାର ପ୍ରକୃତ ତଥ୍ୟ ସାମ୍ନାକୁ ଆଣିଛନ୍ତି ।
ଏଥିମଧ୍ୟରୁ କେବଳ ୧୭୧ଟି ଡ୍ରୋନ ପଂଝାବ ରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ୨୦ ଟି ଡ୍ରୋନ ଜମ୍ମୁ ସେକ୍ଟରରେ ଦୃଶ୍ୟମାନ ହୋଇଛି । ୨୦୨୨ ଜାନୁୟାରୀ ୧ରୁ ୨୦୨୨ ସେପ୍ଟମ୍ବର ୩୦ ମଧ୍ୟରେ ଏହି ଡ୍ରୋନଗୁଡିକ ଭାରତକୁ ପ୍ରବେଶ କରିଥିବା ରିପୋଟ ର୍ରେ ଦର୍ଶାଯାଇଛି । ଏଥିମଧ୍ୟରୁ ୭ଟି ଡ୍ରୋନ କୁ ବିଏସ୍ଏଫ୍ ଗୁଳି କରି ଧ୍ୁସଂ ବିଧ୍ୁସଂ କରି ଦେଇଥିବା ଜଣାପଡିଛି ।