ତ୍ରିରଙ୍ଗା ଦେଖାଇ ସୀମା ପାର ହେଉଛନ୍ତି ପାକିସ୍ତାନୀ

0

ଖାରକିଭ୍: ଘନ ଘନ ଚାଲିଛି ମିଶାଇଲ ମାଡ । ଯୁଦ୍ଧରେ ଥରହର ୟୁକ୍ରେନ । ହେଲେ ହାର ମାନିବାକୁ ନାରାଜ ୟୁକ୍ରେନ । ଦେଶର ନାଗରିକଙ୍କ ଚିନ୍ତାରେ ୟୁକ୍ରେନର ରାଷ୍ଟ୍ରପତି । ଏହାରିଭିତରେ ଭାରତୀୟମାନେ ନିଜ ଦେଶର ଜାତୀୟ ପତାକା ଦେଖାଇ ସହଜରେ ୟୁକ୍ରେନ ସୀମା ଅତିକ୍ରମ କରିଯାଉଛନ୍ତି । ଏହା ୟୁରୋପୀୟ ଦେଶରେ ଭାରତ ପ୍ରତି ଥିବା ସମ୍ମାନକୁ ଦର୍ଶାଉଛି ।ତେବେ କେବଳ ଭାରତୀୟ ନୁହଁ ବରଂ ପାକିସ୍ତାନୀ ଓ ତୁର୍କମାନେ ମଧ୍ୟ ଭାରତୀୟ ତ୍ରିରଙ୍ଗା ପତାକା ଦେଖାଇ ସେଠାରୁ ୟୁକ୍ରେନ ସୀମା ସହଜରେ ଅତିକ୍ରମ କରି ଅନ୍ୟଦେଶକୁ ଚାଲିଯାଉଛନ୍ତି । ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ ସୀମା ପାର ହୋଇ ପଡ଼ୋଶୀ ରୁମାନିଆର ବୁଚାରେଷ୍ଟରେ ପହଞ୍ଚିଥିବା କେତେକ ଭାରତୀୟ ଛାତ୍ର କହିଛନ୍ତି ଯେ ତ୍ରିରଙ୍ଗା ଦେଖାଇ ସେମାନେ ଓ କେତେକ ପାକିସ୍ତାନୀ ଓ ତୁର୍କ ଛାତ୍ରଛାତ୍ରୀ ସହଜରେ ୟୁକ୍ରେନ ସୀମା ପାର ହୋଇଯାଇଥିଲେ । ଛାତ୍ର କହିଛନ୍ତି ଯେ ୟୁକ୍ରେନରେ ସେମାନଙ୍କୁ କୁହାଯାଇଥିଲା ଯେ ଭାରତୀୟ ପତାକା ଦେଖାଇଲେ ସେମାନେ ବିଭିନ୍ନ ଚେକପୋଷ୍ଟ ଓ ସୀମା ପାର ହେବାବେଳେ କୌଣସି ସମସ୍ୟାର ସମ୍ମୁଖୀନ ହେବେନାହିଁ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ପାକିସ୍ଥାନୀ କେଉଁଠୁ ଆଣିଲେ ତ୍ରିରଙ୍ଗା? କାରଣ ୟୁକ୍ରେନରେ ଭାରତୀୟ ପତାକା ମିଳିବା ସହଜ ନୁହେଁ । ତେବେ ତଥ୍ୟାନୁଯାୟୀ, ସେମାନେ ବାଜାରରୁ ଧଳା କପଡା ଆଣି ସେଥିରେ ସବୁଜ ଓ ନାରଙ୍ଗୀ ରଙ୍ଗ ସ୍ପ୍ରେ କରି ସେଗୁଡିକୁ ସିଲାଇ କରି ତିଅରିକରୁଥିଲେ ପତାକା ।