କାଶ୍ମୀରକୁ ନେଇ ପାକିସ୍ତାନର ନୂଆ ଷଡ଼ଯନ୍ତ୍ର

0

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରକୁ ନେଇ ସବୁଠି ପାକିସ୍ତାନ ନୂଆ ଷଡ଼ଯନ୍ତ୍ର ରଚିଛି ତୁର୍କୀକୁ ହାତବାରିସୀ କରି ଭାରତକୁ ଫସାଇବାକୁ ଖେଳିଛି ଚାଲ୍ ଜାତିସଂଘରେ କାଶ୍ମୀର ମାମଲାରେ ପାକିସ୍ତାନ ଭାରତଠାରୁ ମୁହଁତୋଡ଼ ଜବାବ ପାଇବା ପରେ ବ୍ରିଟେନର ଦ୍ୱାରସ୍ଥ ହୋଇଛି ବ୍ରିଟେନରେ ଭାରତର ଗୃହମନ୍ତ୍ରୀ ଅମିତ ଶାହ ସେନାମୁଖ୍ୟ ଏମ୍.ଏମ୍ ନରଭଣେଙ୍କ ଗିରଫଦାରୀ ଦାବି କରିଛି ତୁର୍କୀର ଏକ ଫାର୍ମ ପାକିସ୍ତାନର ପ୍ରରୋଚନାରେ ତୁର୍କୀର ଫାର୍ମ ହଜାର ଲୋକଙ୍କ ମନ୍ତବ୍ୟ ଥିବା ଏକ କଥିତ ରିପୋର୍ଟକୁ ଲଣ୍ଡନ ପୋଲିସକୁ ପ୍ରଦାନ କରିଛି  ରିପୋର୍ଟରେ ଥିବା ଲୋକଙ୍କ ମତାମତ କାଶ୍ମୀରରେ ହେଉଥିବା ହିଂସାର ପ୍ରମାଣ ଏହି ରିପୋର୍ଟକୁ ଫାର୍ମ ଲଣ୍ଡନ ପୋଲିସର ଯୁଦ୍ଧାପରାଧ ୟୁନିଟକୁ ଦେଇ ଗୃହମନ୍ତ୍ରୀ ସେନାମୁଖ୍ୟ ଗିରଫଦାରୀ ଦାବି କରିଛି ଦୀର୍ଘବର୍ଷ ଧରି ତୁର୍କୀସାଉଦି ଆରବ ସମ୍ପର୍କ ଭଲ ନଥିବା ବେଳେ ଏହି ସଂସ୍ଥା ଗତବର୍ଷ ସାଉଦି ଆରବ ବିରୋଧରେ ୟମନକୁ ନେଇ ଯୁଦ୍ଧାପରାଧ ଆବେଦନ କରିଥିଲା

ତେବେ ପାକିସ୍ତାନ, ପ୍ରୋତ୍ସାହନରେ ତୁର୍କୀ କରିଥିବା ଆବେଦନ ନେଇ ବ୍ରିଟେନ୍, ଭାରତ ସହ ସମ୍ପର୍କ କରି ନାହିଁ ତୁର୍କୀ ଫାର୍ମ ଦାଖଲ କରିଥିବା ରିପୋର୍ଟରେ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ନରସଂହାର କଥା ଉଲ୍ଲେଖ ରହିଥିବା ବେଳେ ସୀମାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦ କାର୍ଯ୍ୟକଳାପ କଥା ଉଲ୍ଲେଖ ନାହିଁ ବରଂ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦାବି କରାଯାଇଛି ଯେତେବେଳେ କି ପ୍ରକୃତ ସତ ପ୍ରତିଦିନ ସୀମାରେ ଗୁଳିଗୋଳା ବର୍ଷଣ ହେଉଛି ଭାରତ ବିରୋଧରେ ବ୍ରିଟେନରେ ଆବେଦନ କରିଥିବା ଫାର୍ମ ଷ୍ଟୋକ୍ ୱାଇଟ୍ ଇସଲାମିକ୍ ଆଇନ୍ ଉପରେ କାମ କରେ ଏବଂ ତୁର୍କୀ ସହ ଏହି ସଂସ୍ଥାର ଭଲ ସମ୍ପର୍କ ରହିଛି ଅନ୍ୟପଟେ ତୁର୍କୀ ସହ ପାକିସ୍ତାନ ଲଗାତାର ବନ୍ଧୁତ୍ୱ ବଢ଼ାଉଥିବା ବେଳେ ତୁର୍କୀ ରାଷ୍ଟ୍ରପତି ଏର୍ଦାଗାନ ବାରମ୍ବାର କାଶ୍ମୀରକୁ ନେଇ ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ସେହିଭଳି ସାଇପ୍ରସ୍ ପ୍ରସଙ୍ଗରେ ଭାରତ, ତୁର୍କୀର ସମର୍ଥନ କରୁନାହିଁ ଜିନେଭା ଆଇନ୍ ୧୯୫୭ ଅନୁସାରେ, ବିଶ୍ୱସ୍ତରରେ ଯୁଦ୍ଧାପରାଧ ଯାଞ୍ଚ ଲାଗି ବ୍ରିଟେନ୍ ପାଖରେ ନ୍ୟାୟ ଅଧିକାର ରହିଛି ଏବେ ଯାହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ତୁର୍କୀ ପାକିସ୍ତାନ ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଇମ୍ରାନ ସରକାର ଜାତିସଂଘରେ ଭାରତ ଠାରୁ ମୁହଁତୋଡ଼ ଜବାବ ଖାଇଛି କାଶ୍ମୀର ହାତେଇବାକୁ କେତେବେଳେ ଆମେରିକା ଆଉ କେବେ ଚୀନର ମଧ୍ୟସ୍ଥତା ଚାହୁଁଛି ଏବେ ପୁଣି ବ୍ରିଟେନରେ ଭାରତ ବିରୋଧରେ ଅଭିଯୋଗ କରି ନୂଆ ଷଡ଼ଯନ୍ତ୍ର ରଚିଛି