ପଞ୍ଚାୟତ ସମିତି ବୈଠକ,ଭତ୍ତା ବିଭାଗକୁ ନେଇ ଅଧାରୁ ସରିଲା ସଭା

0

ହାଟଡିହି (ବିଭୁତି ଭୂଷଣ ଜେନା ) :ହାଟଡ଼ିହି ପଞ୍ଚାୟତ ସମିତି ର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ମା’ ତାରିଣୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ କଳିଗାଁର ପୂର୍ବତନ ସରପଂଚ ବାବାଜୀ ଚଇନି ପଞ୍ଚୁଗୋଛିଆ ର ପୂର୍ବତନ ସରପଂଚ ଶଙ୍କର୍ଷଣ ପାତ୍ରଙ୍କ ବିୟୋଗରେ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ଶାନ୍ତି ପ୍ରାର୍ଥନା କରି ସଭା ଆରମ୍ଭ ହୋଇ ଥିଲା। ପ୍ରଥମେ ହାଟଡିହି ବ୍ଲକର ବିଡ଼ିଓ ବିନିତା ବିଜୟିନୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରି ବୈଠକ ଆରମ୍ଭ କରିଥିଲେ।

ପରେ ବ୍ଳକ  ଅଧକ୍ଷା ସାବିତ୍ରୀ ସେଠୀଙ୍କ ଅଧକ୍ଷତାରେ  ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ,ବିଡ଼ିଓ ବିନିତା ବିଜୟିନୀ,ଉପାଦକ୍ଷ ରତୀକାନ୍ତ ରାଉତ,ତହସିଲଦାର ଦିଲ୍ଲୀପ ସାହୁ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତପନ ପଲେଇ,ଜିଲ୍ଲାପରିଷଦ ଉପାଦକ୍ଷ ସୋମନାଥ ଦାସ,୩୭ ନମ୍ବର ଯୋନ ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ,୩୬ ନମ୍ବର ଯୋନ ଜିଲ୍ଲା ପରିଷଦ ସଦସ୍ୟ କୌଶଲ୍ୟା ସେଠୀ,୩୫ ନମ୍ବର ଯୋନ ଜିଲ୍ଲା ପରିଷଦ ସଦସ୍ୟ ସୁକାନ୍ତି ଜେନା,ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା ପ୍ରମୁଖ ଉପସ୍ଥିତ ରହି କୃଷି,ଶିକ୍ଷା ବିଭାଗ ଉପରେ ଗୁରୁତ୍ୱ ଦେବା ସହ ଭତ୍ତା ବଣ୍ଟନରେ ଅନିୟମିତତା ହେଉଥିବା ନେଇ  ଆଲୋଚନା କରିଥିଲେ  । ସମସ୍ତ ବିଭାଗର ଅଧିକାରୀ ସେମାନଙ୍କ ବିଭାଗ ଦାୟିତ୍ୱ ରେ କଣ କଣ ବେବସ୍ଥା ରହିଛି  ତାହାର ସୁ ବିନିଯୋଗ କିପରି ହୋଇ ପରିବ ତାହାକୁ ନେଇ ଜନପ୍ରତିନିଧି  ମାନଙ୍କର ପ୍ରଶ୍ନର ଉତ୍ତର ରଖିଥିଲେ।

ଅସହାୟ ବିଧବା ମହିଳା ମାନଙ୍କ ପାଇଁ ଆସୁଥିବା ଭତ୍ତା ଟଙ୍କା ଚାରି ମାସ ହେବ ସମଣା ପଞ୍ଚାୟତ ରେ ୫୪ ଜଣ ବ୍ୟକ୍ତି ପାଉନଥିବା ନେଇ  ସେହି ଯୋନର ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ବାଳ ପ୍ରଶ୍ନ ରେ ଉକ୍ତ ବିଭାଗ ଦାୟିତ୍ୱ ରେ ଥିବା ଅବିନାଶ ପତି କୌଣସି ଉତ୍ତର ସଠିକ୍ ଭାବେ ରଖି ପାରି ନଥିଲେ ଯାହା ଦ୍ଵାରା କେଉଁ ପଞ୍ଚାୟତ  ରେ କେତେ ଭତ୍ତା  ଅଛି କେତେ ପାଉଛନ୍ତି, କେତେ ମରିଛନ୍ତି ତାର ମାସିକ ବିବରଣୀ ପ୍ରଦାନ କରି ପାରି ନଥିଲେ ଫଳରେ ସେହି ବିଭାଗ ପରେ ସମସ୍ତ ସଭ୍ୟ ସଭ୍ୟା ସଦସ୍ୟ ମାନେ  ପ୍ରଶ୍ନ ପଚାରିବାରୁ  ସଭା ଗୃହରେ ହଟ୍ଟଗୋଳ ହୋଇ ସଭା ବନ୍ଧ ହୋଇଯାଇଥିଲା।ସଭାରେ ଆହୁରି ଦୁଇଟି ବିଭାଗ ରହିଥିଲେ ମଧ୍ୟ ତାଙ୍କୁ କୌଣସି ଆଲୋଚନା କରିବାକୁ ଡକା ନଯିବାବାରୁ ଗ୍ରାମ୍ୟଉନ୍ନୟନ, ପୂର୍ତ୍ତ ବିଭାଗ ଫେରି ଯାଇଥିଲେ।