Reporters Today
  • Home
  • ଓଡିଶା
  • ବେଗୁନିଆପଡା ବ୍ଲକରେ ପଞ୍ଚାୟତି ରାଜ ଦିବସ ପାଳିତ
ଓଡିଶା

ବେଗୁନିଆପଡା ବ୍ଲକରେ ପଞ୍ଚାୟତି ରାଜ ଦିବସ ପାଳିତ

ଗଞ୍ଜାମ/ହରପ୍ରସାଦ ବିଷୋୟୀ: ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସାରା ଓଡିଶା ପାଳୁଛି ପଞ୍ଚାୟତି ରାଜ ଦିବସ। ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ଏବଂ ସାଧାରଣ ଲୋକଙ୍କ ହକକୁ ଗୁରୁତ୍ୱ ଦେଉଥିଲେ ବିଜୁ ବାବୁ । ମହିଳା ସଶକ୍ତିକରଣ ଏବଂ ପଞ୍ଚାୟତିରାଜ ବ୍ୟବସ୍ଥାର ଅନନ୍ୟ ରୂପାୟନ ଦିଗରେ ତାଙ୍କ ବୈପ୍ଲବିକ ନେତୃତ୍ଵ ପାଇଁ ସେହି ମହାନ ରାଷ୍ଟ୍ରନୀତିଜ୍ଞଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରଯାଏ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ପାଳିତ ହୋଇଯାଇଛି ପଞ୍ଚାୟତି ରାଜ ଦିବସ। ମୁଖ୍ୟ ଅତିଥି ଭାବେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ବ୍ଲକ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣତନ୍ତ୍ରରେ ଲୋକମାନେ ହିଁ ପ୍ରକୃତ ମାଲିକ। ଲୋକଙ୍କ ଉନ୍ନତି ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ଦ୍ୱାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିଜୁବାବୁ ଥିଲେ ଅଗ୍ରଗଣ୍ୟ। ତାଙ୍କ ଅବଦାନକୁ ସ୍ମରଣ କରି ପଞ୍ଚାୟତିରାଜ ଓ ଲୋକସେବା ଦିବସରେ ଏକ ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବା ପାଇଁ ଆଲୋଚନା କରିଛନ୍ତି ବିଧାୟିକା । ଏହି ପରିପ୍ରେକ୍ଷୀରେ ୧୯୯୭ ମସିହାରେ ଶେରଗଡ଼ ବ୍ଲକରେ ରାଜ୍ୟର ସର୍ବ କନିଷ୍ଠ ବ୍ଲକ ଅଧକ୍ଷା ଭାବେ କାର୍ଯ୍ୟ ତୁଳାଇବା ସମୟରେ ବିଜୁ ବାବୁଙ୍କ ନିତି ଆଦର୍ଶ ଓ ସଶକ୍ତ ଓଡିଶା ଗାଁ ଓ ପଞ୍ଚାୟତର ଉନ୍ନତି ପାଇଁ ବିଜୁ ବାବୁଙ୍କ ସ୍ବପ୍ନ ତାଙ୍କୁ ବହୁତ ପ୍ରେରଣା ଯୋଗାଇଥିଲା ବୋଲି କହିଛନ୍ତି ବିଧାୟିକା। ଲୋକସେବାକୁ ସମୟୋପଯୋଗୀ କରିବା। ଜନମତ ଆଧାରରେ ସରକାରୀ ସେବାରେ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ସହ ଗ୍ରାମାଞ୍ଚଳରେ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଁଚାଇବା ପାଇଁ ବିଜୁ ବାବୁଙ୍କ ପଞ୍ଚାୟତି ରାଜ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ ବିଡ଼ିଓ ବେଦବର ପ୍ରଧାନ।
ପଞ୍ଚାୟତଙ୍କୁ ସରକାରଙ୍କ ଗୁରୁତ୍ୱ ଓ ସରଳୀକରଣ ଗାଁକୁ କାମ ପଞ୍ଚାୟତ ବ୍ୟବସ୍ଥାକୁ ସୄଧୁଡ଼ ଫଳରେ ବିଭିନ୍ନ କାର୍ଯ୍ୟ କରିବାରେ ସହାୟକ ହେଉଛି ଓ ବିଜୁ ବାବୁଙ୍କ ଆଦର୍ଶ ସେମାନଙ୍କୁ କାମ କରିବାରେ ପ୍ରେରଣା ଦେଉଥିବା କହିଛନ୍ତି ଜନପ୍ରତିନିଧି ମାନେ। ଏହି ଅବସରରେ କରୋନା ମହାମାରୀ ସମୟରେ ଉତ୍ତମ କାର୍ଯ୍ୟ ଓ ସେବା ପାଇଁ ମର୍ଦ୍ଧମେଖ, ଅଙ୍ଗାରଗାଁ, ଚନ୍ଦନପୁର ସରପଞ୍ଚଙ୍କୁ ସନ୍ନମାନିତ କରିଛନ୍ତି ବିଧାୟିକା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ପ୍ରତିନିଧି ତ୍ରିନାଥ ଭୁଆଁ, ବିଜୁ ଶ୍ରମିକ ସାମୁଖ୍ୟ ଉପ ସଭାପତି ବିଜୟ କୁମାର ନାୟକ ଓ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Related posts

ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ

Report

ପାଣିରେ ବୁଡି ଛାତ୍ର ମୃତ

Report

କଳା ବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗଦେବେ ଶିକ୍ଷକ

Report

Leave a Comment