ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା

0

ଭୁବନେଶ୍ୱର, ରାଜେଶ ସାହୁ/ ଉଦଳା, ଦିପକ ମିଶ୍ର: ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଦଳ ସଜ ହେଉଛନ୍ତି । ଏତିକି ବେଳକୁ ବିଜେପିଙ୍କୁ ମିଳିଛି ଏକ ବଡ ଝଟ୍କା । ମୟୂରଭଞ୍ଜ ବିଜେପିରୁ ଏକା ଥରକେ ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳ ଛାଡି ଧରିଲେ ଶଙ୍ଖ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଦ୍ମ ପାଖୁଡା ଗୋଟିଏ ପରେ ଗୋଟିଏ ଯେମିତି ଝଡି ପଡିଛି ।

ମୟୂରଭଞ୍ଜ ଜିଲ୍ଲା ବିଜେପି ଓ ରାଜ୍ୟ ବିଜେପିକୁ ଲାଗିଛି ଝଟ୍‌କା । ପଦ୍ମ ପୋଖରୀରେ ଶଙ୍ଖ ଧ୍ୱନି । ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତେ ଶଙ୍ଖ ଧରିବାକୁ ଯାଉଛନ୍ତି ।

ଏପଟେ ଯେତେ ପାଖୋଉଛି ନିର୍ବାଚନ ସେତେ ସରଗରମ ହେଇଛି ପଲ୍ଲୀରୁ ସହର ନିର୍ବାଚନ ତାତି । କିଏ ବିଜେପି ଛାଡୁଛି ତ ଆଉ କିଏ କଂଗ୍ରେସ ଛାଡୁଛି । ଏମିତି ଏବେ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଏହାକୁ ନେଇ କଂଗ୍ରେସ କହିଛି ଯାହାଙ୍କ ପାଖରେ ଅର୍ଥ ରହିଛି ସେ ସଭିଙ୍କୁ ନିଜର କରିବ । ଖାଲି ଦଳରେ ସାମିଲ କଲେଯେ ନିର୍ବାଚନ ଜିତି ହେବ କହିବା ମୁସକିଲ । ଆଗେ ଲୋକଙ୍କ ସେବା କରନ୍ତୁ ନିଜ ଦଳର ନେତାଙ୍କ କଥାକୁ ଆଗେ ବିଚାର କରନ୍ତୁ ପରେ ଅନ୍ୟ ନେତାଙ୍କୁ ପଚାରିବେ । ଏପଟେ ବିଜେପି କହିଛି ଏହା ଉପରେ ଦଳ ବିଚାର କରିବ ।

ନିର୍ବାଚନ ଆସିଲେ ନେତା ଦଳବଦଳ କରିବା ନୂଆ ନୁହେଁ । ହେଲେ ନେତା ଦଳ ବଦଳାଇ ନିଜର ଚେୟାରକୁ ସୁରଖିତ ରଖିବେ ସେ କଥା କହିଲେ ଭୁଲ ହେବ ନାହିଁ । ହେଲେ ଏହା ଦ୍ୱାରା ସାଧାରଣ ଲୋକେ କେତେ ଲାଭ ପାଇବେ ତାହା ଦେଖିବାକୁ ବାକି ରହିଲା ।