ପଙ୍କଜ ତ୍ରିପାଠୀଙ୍କୁ ଜାତୀୟ ଆଇକନ ମାନ୍ୟତା ଦେଲେ ନିର୍ବାଚନ ଆୟୋଗ । ଏ ନେଇ ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ସୋମବାର ଏହି ଘୋଷଣା କରିଛନ୍ତି।ଅଭିନେତା ପଙ୍କଜ ତ୍ରିପାଠୀ ଓଟିଟି ପ୍ଲାଟଫର୍ମରେ ଅନେକ ୱେବ୍ ସିରିଜ୍ ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛ ଭୋଟ୍ ପ୍ରତିଶତ ବୃଦ୍ଧି ଏବଂ ଶତପ୍ରତିଶତ ଭୋଟ୍ ପାଇଁ ପ୍ରଚାର କରିବାକୁ ନିର୍ବାଚନ ଆୟୋଗ ଜାତୀୟ ଆଇକନ୍ କିମ୍ବା ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କୁ ବାଛିଥାନ୍ତି। ୨୦୧୪ରେ, ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିଥିଲେ। ବ୍ରାଣ୍ଡ ଆମ୍ବାସାଡର ହେବା ପର୍ୟ୍ୟନ୍ତ ପୂଜାରା ନିଜେ ଥରେ ମଧ୍ୟ ଭୋଟ୍ ଦେଇ ନଥିଲେ। ଯୁବ କ୍ରିକେଟର କହିଥିଲେ ଯେ ବ୍ୟସ୍ତ କ୍ରିକେଟ୍ କାର୍ୟ୍ୟସୂଚୀ ହେତୁ ମୁଁ ଏପର୍ୟ୍ୟନ୍ତ ଭୋଟ୍ ଦେବାକୁ ସମୟ ପାଇ ନାହିଁ, କିନ୍ତୁ ଭବିଷ୍ୟତରେ ମୁଁ ଭୋଟ୍ ଦେବାକୁ ଚେଷ୍ଟା କରିବି। ସେହିଭଳି ନିର୍ବାଚନ କମିଶନ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ବ୍ରାଣ୍ଡ ଆମ୍ବାସାଡର କରିଥିଲେ। ହେଲେ ସେ ନିଜେ ଲୋକସଭା ନିର୍ବାଚନରେ ଭୋଟ୍ ଦେଇପାରିନଥିଲେ।ତେବେ ଆଜି ୬ଟି ରାଜ୍ୟର ୭ଟି ବିଧାନସଭା ନିମନ୍ତେ ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ହେବ ବୋଲି ଆଜି ସମୟ-ସୂଚୀ ଘୋଷଣା କରି ଭାରତର ନିର୍ବାଚନ କମିସନ କହିଛି। ଏହାର ୩ ଦିନ ପରେ ଭୋଟ୍ ଗଣନା କରାଯିବ ବୋଲି ମଧ୍ୟ ନିର୍ବାଚନ କମିସନ୍ ସୂଚନା ଦେଇଛି। ଉପ-ନିର୍ବାଚନ ହେବାକୁ ଥିବା ୭ଟି ଆସନଗୁଡ଼ିକ ମଧ୍ୟରେ ରହିଛି ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ୍, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡ଼, ଉତ୍ତର ପ୍ରଦେଶର ଗୋଲା ଗୋକ୍ରନ୍ନାଥ ଏବଂ ଓଡ଼ିଶାର ଧାମନଗର।