ବକେୟା ପଇସା ନଦେବାରୁ କମ୍ପାନୀ ସମ୍ମୁଖରେ ଧାରଣା

0

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ)– ପାରାଦ୍ଵୀପ ବନ୍ଦର ରେ କାର୍ୟ୍ୟରତ ସିଓ୍ବେଜ ସିପିଂ ଆଣ୍ଡ ଲଜେଷ୍ଟିକ ଲିଃ ଷ୍ଟିଭେଡୋର ସଂସ୍ଥା ଭେଣ୍ଡର ମାନଙ୍କୁ ଦେଉନାହିଁ ସେମାନଙ୍କ ପ୍ରାପ୍ୟ । ଲକ୍ଷ ଲକ୍ଷ ଟଙ୍କା ବାକି ରଖି ବର୍ଷ ବର୍ଷ ଧରି ସେମାନଙ୍କୁ ହଇରାଣ କରୁଛି। ଯାହାକୁ ନେଇ ଆଜି ଜଣେ ଭେଣ୍ଡର ସିଓ୍ବେଜ ସିପିଂ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ୨୦୧୭ ମସିହା ଠାରୁ ୨୦୧୯ ମସିହା ପର୍ୟ୍ୟନ୍ତ ଭେଣ୍ଡର ଅନିଲ କୁମାର ନାୟକ ସିଓ୍ବେଜ ସିପିଂ କମ୍ପାନୀର ଆସିଥିବା ଜାହାଜ ରୁ ଷ୍ଟିଲ କାର୍ଗୋ କୁ ପ୍ୟାକିଂ ଓ ଷ୍ଟିଚିଂ କାର୍ୟ୍ୟ କରିଥିଲେ। ଏହି କାର୍ୟ୍ୟ ବାବଦରେ କମ୍ପାନୀ ଉକ୍ତ ସମୟରେ ତାଙ୍କୁ ଅଳ୍ପ ପେମେଣ୍ଟ କରିଥିବା ବେଳେ ଆଉ ୭୨ ଲକ୍ଷ ଟଙ୍କା ତାଙ୍କର ବକେୟା ରହିଛି। ମାତ୍ର କମ୍ପାନୀ କତ୍ତୃପକ୍ଷ ତାଙ୍କର ଟଙ୍କା ଦେବା ବଦଳରେ ଦିର୍ଘ ବର୍ଷ ହେଲା ଭୁତାଇ ଚାଲିଛି। ଫଳରେ ସେ ଷ୍ଟାଫ୍ ଓ ଶ୍ରମିକ ମାନଙ୍କୁ ଦରମା ଦେବାରେ ଅସୁବିଧା ହେଉଛି। ଯାହାକୁ ନେଇ ଶ୍ରୀ ନାୟକ ଆଜି ଠାରୁ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି। ଯେ ପର୍ୟ୍ୟନ୍ତ ଟଙ୍କା ନ ମିଳିଛି ସେ ଧାରଣା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କମ୍ପାନୀ କତ୍ତୃପକ୍ଷ କ୍ୟାମେରା ସମ୍ମୁଖରେ କିଛି କହିନଥିବା ବେଳେ ଏ ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରାଯିବାକୁ ତାଙ୍କୁ ଡକା ଯାଇଛି ବୋଲି ପ୍ରକାଶ କରିଛନ୍ତି।