ଭୌତିକ କାଣ୍ଡକୁ ନେଇ ଗ୍ରାମରେ ସମସ୍ତେ ଭୟଭିତ

0

( ପ୍ରଶାନ୍ତ ସ୍ୱାଇଁ) : ମାତିଛି ପ୍ରେତାତ୍ମା ଗାଁ ହେଲା ଝିଅ ଶୁନ୍ୟ । ସଂଧ୍ୟା ହେଲେ ଘରୁ ବାହାରିବାକୁ ଲୋକେ ଭୟଭିତ । କାରଣ ଗାଁରେ ମାତିଛି ଭୌତିକ କାଣ୍ଡ ୧୦ରୁ ଅଧିକ ଝିଅଙ୍କୁ ଗ୍ରାସିଛି ପ୍ରେତାତ୍ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଉପକଣ୍ଠ ନୁଆଗଡ ପଂଚାୟତରେ ।

ଏହି ଗ୍ରାମରେ ପ୍ରାୟ ୧୦ରୁ ଅଧିକା ଝିଅ ମାନଙ୍କୁ ପ୍ରେତାତ୍ମା ଗ୍ରାସିଥିବା ଦେଖିବାକୁ ମିଳିଛି । ଏହି ଘଟଣା ପ୍ରାୟ ୩ମାସ ଧରି ଲାଗିରହିଥିବା ବେଳେ ବର୍ତମାନ ପ୍ରାୟ ୨ରୁ ୩ ଦିନହେବ ଏହାର ପ୍ରଭାବ ବଢିବାରେ ଲାଗିଛି । ତେବେ ଯେତେ ଏହାର ପ୍ରତିକାର କଲେ ମଧ୍ୟ ସୁଫଳ ମିଳୁନଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଗ୍ରାମରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହେବାସହ ସଂଧ୍ୟା ହେଲେ ସମସ୍ତେ ଘରୁ ବାହାରିବା ପାଇଁ ଭୟ କରୁଥିବା ଜଣାପଡିଛି । ଏପରିକି ଏହି ଝିଅ ମାନଙ୍କୁ ସ୍କୁଲକୁ ଯିବାପାଇଁ ମଧ୍ୟ ବନ୍ଦ କରାଯାଇଥିବା ପରିବାରଲୋକେ ପ୍ରକାଶ କରିଛନ୍ତି । ବୈଜ୍ଞାନିକ ଯୁଗରେ ଏଭଳି ଘଟଣାକୁ କିଛି ଲୋକେ ଗ୍ରହଣ କରୁନଥିବାବେଳେ ଆଉକିଛି ଲୋକେ ଏହାକୁ ବିଶ୍ୱାସ କରୁଛନ୍ତି । ତେବେ ଏ ଘଟଣାର ସତ୍ୟତା କ’ଣ ଅଛି ତାହା କେବଳ ଦେଖିବାକୁ ବାକି ରହିଲା ।