( ମମତା ସାମଲ) : ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୮ କାର୍ଯ୍ୟ ଦିବସ ରହିଛି । ଚାଷୀ ସମସ୍ୟା , ପିଏନବି ସ୍କାମ୍ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ୍ ହୋଇପାରେ ।
ତିନ୍ ତଲାକ୍ ବିଲ୍ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଏହାକୁ ପାରିତ କରିବାକୁ ଚେଷ୍ଟା କରିବେ । ଏହାସହ ମଧ୍ୟ କଂଗ୍ରେସ ମହିଳା ସଂରକ୍ଷଣ ବିଲ୍ ପାସ୍ କରାଇବା ଉପରେ ଗୁରୁତ୍ୱ ଦେବ । ଏହି ବିଲ୍ କୁ ଦଳ ସମର୍ଥନ କରିଛି । ଏସ୍ସି/ଏସ୍ଟି ସଂରକ୍ଷଣ ସଂଶୋଧନ ସମେତ ଆଉ କିଛି ନୂଆ ବିଲ୍ ଆଗତ ହୋଇପାରେ । ସେହିପରି ବିଜେଡି ମହାନଦୀ , ପୋଲାଭରମ୍ ଓ ଏମ୍ଏସ୍ପି ପ୍ରସଙ୍ଗ ଗୃହରେ ଉଠାଇବ ବୋଲି ସୂଚନା ଦେଇଛି ।
previous post