ଭାରତ

କାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

(ଏଲିବାଲା ପରିଡା ): ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ ଏହି ଅଧୀବେଶନରେ ସରକାରଙ୍କୁ କେଉଁ ପ୍ରସଙ୍ଗରେ ବିରୋଧୀମାନେ ଘେରିବେ ସେନେଇ ଋଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ଅଧୀବେଶନ ଆରମ୍ଭ ହେବା ପୂର୍ବରୁ ସେମାବାର ୧୩ ଟି ବିରୋଧୀ ଦଳ ନିଜ ନିଜ ଦଳର ସାସଂଦଙ୍କ ସହ ବୈଠକ କରି ସରକାରଙ୍କୁ କେଉଁ କେଉଁ ପ୍ରସଙ୍ଗରେ ଘେରିବେ ସେନେଇ କାର୍ୟ୍ୟପନ୍ଥା ସ୍ଥିର କରିଛନ୍ତି । ତେବେ ଅଗଷ୍ଟ ୧୦ ତାରିଖ ପର୍ୟ୍ୟନ୍ତ ଏହି ଅଧିବେଶନ ଚାଲିବ। ମୌସୁମୀ ଅଧିବେଶନରେ ୧୮ଟି କାର୍ୟ୍ୟ ଦିବସ ରହିବ। ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବା ସମ୍ଭାବନା ରହିଛି।ବିରୋଧୀଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ଯୋଗୁଁ ଗତ ବଜେଟ୍ ଅଧିବେଶନ ଚାଲିପାରିନଥିଲା। ସେଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇପାରିନଥିଲା।ଏଥର ପିଏନ୍ବି ସ୍କାମ୍, ଅନୁସୂଚିତ ଜାତି ଓ ଜନଜାତି ପ୍ରସଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ସେପଟେ ମହାନଦୀ ଓ ପୋଲାଭରମ୍ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବ ବୋଲି ବିଜେଡି କହିଛି।

Related posts

ହସ୍ପିଟାଲ ଅଗ୍ନିକାଣ୍ଡରେ ୧୦ ନବଜାତକଙ୍କ ମୃତ୍ୟୁ: ୨ ନର୍ସଙ୍କ ନାମରେ ହତ୍ୟା ମାମଲା ରୁଜୁ

Report

ସରଦାରପୁରା ଦଙ୍ଗା: ୨୭ ଦୋଷୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Report

ଅକ୍ଟୋବର ପ୍ରାରମ୍ଭରେ ହେବ ଧାରା ୩୭୦କୁ ନେଇ ଶୁଣାଣୀ

Report

Leave a Comment