ବ୍ୟାପୁଛି କୁକୁରଙ୍କ ଭିତରେ ପାର୍ଭୋ ଭାଇରସ୍

କରୋନା ପରେ ଏବେ କୁକୁରଙ୍କ ଭିତରେ ପାର୍ଭୋ ଭାଇରସ୍ ଖୁବ୍ ଦୃତ ଗତିରେ ବ୍ୟାପିବାରେ ଲାଗିଛି।

0

(ରାଜସ୍ଥାନ) : କରୋନା ପରେ ଏବେ କୁକୁରଙ୍କ ଭିତରେ ପାର୍ଭୋ ଭାଇରସ୍ ଖୁବ୍ ଦୃତ ଗତିରେ ବ୍ୟାପିବାରେ ଲାଗିଛି। ରାଜସ୍ଥାନର ଉଦୟପୁର ଓ ଏହାର ଆଖପାଖ ଅଞ୍ଚଳରେ କୁକୁରର ଶରୀରରେ ଏହି ଭାଇରସ୍ ପେଟ ଏବଂ ଅନ୍ତନଳୀକୁ ସଂକ୍ରମିତ କରୁଛି। ଏହି ଭାଇରସରେ ସଂକ୍ରମିତ ହେଲେ କୁକୁର ଖାଇବା-ପିଇବା ଛାଡି ଦେଇଥାଏ ଓ ଭୋକରେ ମରିଯାଇଥାଏ ।

ସୂଚନାନୁଯାୟୀ , ପଶୁ ଚିକିତ୍ସକଙ୍କ ମତରେ,ଏପର୍ଯ୍ୟନ୍ତ ଯାଞ୍ଚ ପରେ ଜଣାପଡିଛି ତାଠାରୁ ଭଲ କଥା ଏହା ଯେ, ଏହି ଭାଇରସ୍ କେବଳ କୁକୁରଙ୍କୁ ସଂକ୍ରମିତ କରୁଛି। ଅନ୍ୟ ସବୁ ପଶୁ ଯେପରିକି ଗାଈ, ବଦଳ, ଘୋଡା ଛେଳି ଭଳି ପଶୁ ସୁରକ୍ଷିତ ଅଛନ୍ତି।

ଉଦୟପୁରେ ଚେତକ ସର୍କଲ ସ୍ଥିତ ସବୁଠାରୁ ବଡ ପଶୁ ଚିକିତ୍ସାଳୟକୁ ଅଣାଯାଉଛି। ଏବେ ଏହି ଘଟଣା ପରେ କୁକୁରର ମାଲିକମାନେ ଚିନ୍ତାରେ ପଡି ଯାଇଛନ୍ତି।