ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ଆଜି ସକାଳ ୬ଟା ସମୟରେ ଡବ୍ଲୁବି୫୩୭୭୫୯ ନମ୍ବରର ଏକ ତୀର୍ଥଯାତ୍ରୀ ବସକୁ ପଛରୁ ଆସୁଥିବା ୦ଡି୦୨ଏଏସ୦୫୬୯ ନମ୍ବରର ଏକ ମାଲବାହୀ କଣ୍ଟେନର ଧକ୍କା ଦେଇଛି। ଏହାଫଳରେ କଣ୍ଟେନରର ଚାଳକ ଓ ହେଲପରଙ୍କ ସମେତ ବସର ମୋଟ ୨୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଜି ଭୋର ୫ଟା ସମୟରେ ତୀର୍ଥଯାତ୍ରୀ ବସ୍ଟି ପଶ୍ଚିମବଙ୍ଗରରୁ ଯାତ୍ରୀମାନଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଲକ୍ଷ୍ଣଣନାଥ ଟୋଲଗେଟ୍ ନିକଟରେ ଦ୍ରୁତଗତିରେ ଏକ କଣ୍ଟେନର ଆସି ବସ୍ର ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛନ୍ତି।