ବିମାନରେ ଯାତ୍ରୀଙ୍କ ଫୋନରେ ଲାଗିଗଲା ନିଆଁ

ବିମାନରେ ଘଟିଛି ଏକ ବଡ ଧରଣର ଦୁର୍ଘଟଣା ।

0

(ଦିଲ୍ଲୀ) : ବିମାନରେ ଘଟିଛି ଏକ ବଡ ଧରଣର ଦୁର୍ଘଟଣା । ଆସାମରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବଡ଼ ଅଘଟଣ ଘଟିଛି।

ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍ ଏହା ମଧ୍ୟରେ ଥିବା ଜଣେ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇନାହାନ୍ତି।

ଯେ ଗୁରୁବାର ୬ଇ ୨୦୩୭ ଇଣ୍ଡିଗୋ ବିମାନ ଆସାମର ଦିବ୍ରୁଗଡ଼ରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ଜଣେ ଯାତ୍ରୀଙ୍କ ମୋବାଇଲ ସ୍ପାର୍କ ହେବା ସହ ଏଥିରୁ ଧୂଆଁ ବାହାରିଥିଲା।