ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକ

0

ଭୁବନେଶ୍ୱର:ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉନାହାନ୍ତି ଲୋକେ । ଏନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ । କଟକ, ଖୋର୍ଦ୍ଧା ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ୯୦ ପ୍ରତିଶତରୁ କମ୍ ଟିକାକରଣ ହୋଇଛି ।ରାଜ୍ୟରେ କେବଳ ୮୭ ପ୍ରତିଶତ ଅର୍ଥାତ ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ |

ସେହିପରି ରାଜ୍ୟରେ କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଯାହାକି ମାତ୍ର ୧୩ ପ୍ରତିଶତ । ତେବେ  କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ୯୦ ପ୍ରତିଶତରୁ କମ୍ ଟିକାକରଣ ହୋଇଛି । ରାଜ୍ୟରେ କୋଭିସିଲଡ୍‌ ଟିକା କମ୍ ରହିଥିବାରୁ କେନ୍ଦ୍ରକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା କରଯାଉଥିବା ମାଗଣା ଟିକାକରଣକୁ ଆଉ କମ୍ ଦିନ ବାକି ଥିବାରୁ ସମସ୍ତଙ୍କୁ ତୁରନ୍ତ ବୁଷ୍ଟର ଡୋଜ ନେବା ଲାଗି ଅନୁରୋଧ କରିଛନ୍ତି  ପରିବାର କଲ୍ୟାଣ ନିର୍ଦ୍ଦେଶକ ।