ପାଣି ପାଇଁ ଲୋକେ ହନ୍ତସନ୍ତ, ସରକାରୀ ସାହିର୍ୟ୍ୟକୁ ଦାବି

0

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଗାଁରେ ପାଣି ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଜିବି କିଛି ଗାଁ ରହିଛି ଯେଉଁଠି ପାଣିର ସମସ୍ୟା ଦେଖାଦେଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୋଲସରା ବ୍ଳକ କେନ୍ଦୁବାଡି ଓ ଖାଇଖାତ ଗ୍ରାମରେ । ଏହି ଗାଁରେ ଆଗରୁ ପାଣି ସମସ୍ୟା ଥିଲା । ସରକାର ଏହି ଗାଁରେ ସୋଲାର ପାଣି ଟାଙ୍କିର ବ୍ୟବସ୍ଥା ପାଇଁ କାମ ଆରମ୍ଭ କରିଥିଲେ । କିନ୍ତୁ ଏହି କାମକୁ ବର୍ଷେ ନପୁରୁଣୁ ବନ୍ଦ ହୋଇଗଲା । ଲୋକଙ୍କୁ ଅ।ଉ ମିଳିପାରିଲା ନାହିଁ ପାଣି ଟୋପାଏ । ଟାଙ୍କି ଗୁଡିକ ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗି ଯାଇଥିବା ବେଳେ ଏହି ଦୁଇ ଗାଁର ଲୋକେ ନଳକୂଅର ମଇଳା ଗୋଳିଅ। ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଖାଲି ସେତିକି ନୁହଁ । ଗଲା ଅନେକ ବର୍ଷ ହେବ ଏହି ଦଇୁ ଗାଁର ପାଣି ଟାଙ୍କି ଅଚଳ ହୋଇ ପଡିରହିଥିବା ବେଳେ ଗ୍ରାମବାସୀ ମାନେ ବହୁବାର ଅଭିଯୋଗ କଲେ ମଧ୍ୟ କେହି ସୁଣୁନଥିବା ଅଭିଯୋଗ ହୋଇଛି । ତଥାପି ଏଥିପ୍ରତି ବ୍ଳକ ପ୍ରଶାସନ ତୁରନ୍ତ ନଜର ଦେବା ସହ ଲାଗି ରହିଥିବା ପାଣି ସମସ୍ୟା କୁ ସମାଧାନ ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।