ପିଇବା ପାଣି ପାଇଁ ଡହଳ ବିକଳର କରୁଣ ଦୃଶ୍ୟ, ହାତରେ ବାଲଟି ଧରି କୂଅ ଚାରିପାଖରେ ମହିଳାଙ୍କ ଲାଗିଛି ଭିଡ

0

ପୁରୀ : ତୃଷ୍ଣ। ମେଣ୍ଟାଉଛି ଗଁ। ମୁଣ୍ଡରେ ଥିବା ପରିତ୍ୟକ୍ତ କୂଅ । ଦିନେ ନୁହେଁ କୁ ମାସେ ନୁହଁ ବର୍ଷ ବର୍ଷ ଧରି ଲୋକ ମାନଙ୍କର ପାନୀୟ ଜଳ ସମସ୍ୟା ସମାଧାନ କରିଅ।ସୁଛି ଏହି କୂଅ। ସରକାରୀ ଭାବରେ ଗଁ।ରେ ସରକାରୀ ନଳକୂପ ନଥିବା ବେଳେ ଲୋକ ମାନଙ୍କର ଏହି କୂଅହିଁ ଏକମାତ୍ର ଭରସା। ଯଦିଓ ସରକାରୀ ଭାବରେ ଏହି ଖରା ଦିନେ ପାଣି ଯୋଗାଇ ଦିଅ।ଯାଉଥିବା କଥା କୁହାଯାଉଛି ରାସ୍ତାର ଦୂରବସ୍ଥା ପାଇଁ ଟ୍ରାଙ୍କର ମଧ୍ୟ ଗଁ।କୁ ଅ।ସିବାକୁ ନାରାଜ । ଯାହା ପାଇଁ ବାଧ୍ୟ ବ।ଧକତା ରେ ଗଁ।ରେ ଥିବା ତିନି ଶହରୁ ଉର୍ଦ୍ଦ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଅ।ସୁଛି ଏହି କୂଅ ।

ଖରା ବଢିବା ସାଙ୍ଗକୁ ଜଳସ୍ତର ହ୍ରାସ ପାଉଥିବା ଯୋଗୁଁ କୂଅର ଜଳସ୍ତର କମୁଥିବା ଯୋଗୁଁ ପାନୀୟ ଜଳ ପାଇଁ ସକାଳୁ ସକାଳୁ କୂଅ ପାଖରେ ପାଣି ନେବା ପାଇଁ ପ୍ରତିଯୋଗିତା ଲାଗି ଥାଏ ଯେମିତି ।କୂଅର ଦୁଷିତ ପାଣି ପିଇ ଅନେକ ରୋଗରେ ଅ।କ୍ରାନ୍ତ ହେଉଥିଲେ ମଧ୍ୟ ପାନୀୟ ଜଳର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଏହାକୁ ବ୍ୟବହାର କରୁଛନ୍ତି ଲୋକେ, ସେପଟେ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ବାରମ୍ଵାର ଦାବୀ କରି ଅ।ସୁଥୁଲେ ମଧ୍ୟ ପାନୀୟ ଜଳ ଯୋଗାଇ ଦେବା ଓ ନଳକୂପ ବସାଇବା ପାଇଁ ପ୍ରତିଶୃତି କେବଳ ପ୍ରତିଶୃତିରେ ରହିଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

କେବଳ ପାଣି ନୁହେଁ ଗଁ।କୁ ଭଲ ରାସ୍ତା ଟିଏ ନଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାସ୍ତାର ଦୂରବସ୍ଥା ପାଇଁ ଜରୁରୀ କାଳୀନ ସେବାରୁ ବଂଚିତ ହେଉଛନ୍ତି ଏହୁ ନାଲିହଣା ଲୋକେ, ପାନୀୟ ଜଳ ଯୋଗାଣ ଓ ରାସ୍ତା ନିର୍ମାଣ ନିମନ୍ତେ ପ୍ରତିଶୃତି ଦେଇ ଜନପ୍ରତିନିଧୀ କାର୍ଯ୍ୟ କରୁ ନଥିବା ଲୋକେ ଅଭିଯୋଗ କରିଥିବା ବେଳେ ଗଡଭିଙ୍ଗୁରା ପଚଂ।ୟତରେ ଅନେକ ସମସ୍ୟା ଥିବା ସ୍ଥାନୀୟ ସରପଚଂ ସ୍ଵିକାର କରିଥିବା ବେଳେ ପାନୀୟ ଜଳ ସମସ୍ୟା ସମାଧାନ କରିବା ଲାଗି ପ୍ରତିଶୃତି ଦେଇଛନ୍ତି, ଅପରପଟେ ପାନୀୟ ଜଳ ସମସ୍ୟା ଥିବା ଅଂଚଳରେ ଟ୍ରାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ଗୋପ ବିଡିଓ କହିଥିବା ବେଳେ କ୍ୟାମେରା ଅ।ଗରେ କୌଣସି ପ୍ରତିକିୟା ରଖିନାହଁ।ନ୍ତି ।

ଘରେ ଘରେ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଜି ବି ଓଡ଼ିଶାରେ ନାଲିହଣା ଗ୍ରାମ ଦଳିତ ଲୋକଙ୍କ ଭଳି ଅନେକ ଲୋକ ଏଭଳି ପାନୀୟ ଜଳ ସମସ୍ୟା ସହ ରାସ୍ତା, ସ୍ଵାସ୍ତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସୁବିଧା ପାଇପାରୁନାହାନ୍ତି । ହୁଏତ ସେଥିପ୍ରତି ସରକାରଙ୍କର ଦୃଷ୍ଟି ପଡି ନାହିଁ । ତେବେ ବର୍ତମାନ ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ ସରକାର କଣ କାର୍ଯ୍ୟ କରୁଛନ୍ତି ।